ପୋଡାପାଟଣାରେ ଦୀପାବଳି ଉତ୍ସବ ପାଳିତ

ବନ୍ତ, (ଚାନ୍ଦିନୀ ମହାନ୍ତି) : ପବିତ୍ର ଦୀପାବଳି ଅବସରରେ ବନ୍ତ ବ୍ଲକ ପୋଡାପାଟଣା ଗ୍ରାମରେ ପୂର୍ବଜ ପିତୃପୁରୁଷଙ୍କ ସ୍ମୃତି ଉଦ୍ଦେଶ୍ୟରେ କପାଳୀ ନଦୀ ତଟରେ ପ୍ରଦୀପ ପ୍ରଜ୍ଜେ୍ୱାଳନ କରାଯାଇଛି । ବରିଷ୍ଠ ସଭ୍ୟ ତଥା କ୍ରୀଡାବିତ୍ ସ୍ୱର୍ଗତ ନାରାୟଣ ଚନ୍ଦ୍ର ନାୟକଙ୍କୁ ଭକ୍ତିପୁତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । ଇଂ.ସୁରେଶ ଚନ୍ଦ୍ର ବାରିକଙ୍କ ପରିଚାଳନାରେ ଅନୁଷ୍ଠିତ ଉତ୍ସବକୁ ଅଧ୍ୟାପକ ପ୍ରଶାନ୍ତ କୁମାର ବେହେରା ଉଦ୍‌ଘାଟନ କରିଥିବା ବେଳେ ହୃଷିକେଶ ଓଝା ପ୍ରଦୀପ ପ୍ରଜ୍ଜେ୍ୱାଳନ କରିଥିଲେ । ଘନଶ୍ୟାମ ଜେନା ଉତ୍ସବ ପାଳନର ଉଦ୍ଦେଶ୍ୟ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସୁଶାନ୍ତ ବେହେରା, ଦିବ୍ୟଜ୍ୟୋତି ଜେନା, ଶକ୍ତିମାନ ସେଠୀ, ବିଭୁତି ପଲେଇ, ମହେନ୍ଦ୍ର ପଲେଇ, ଦଶରଥ ସାହୁ, ହରେକୃଷ୍ଣ ପରିଡା, ବିଷ୍ଣୁ ମୋହନ ପରିଡା, ସୁମନ ବେହେରା, ଅଜିତ୍ ସେଠୀ, ସୁଶାନ୍ତ ସାହୁ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ