ବନ୍ତରେ ନୂତନ ବିଡିଓ ଓ ତହସିଲଦାରଙ୍କ ଯୋଗଦାନ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକରେ ନୂତନ ବିଡିଓ ଭାବେ ଶୁଭଦର୍ଶନ ଦାଶ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ସହକାରୀ ଯନ୍ତ୍ରୀ ଜୟଦେବ ପାତ୍ରଙ୍କ ସମେତ ସମସ୍ତ କର୍ମଚାରୀ ମାନେ ନୂତନ ବିଡିଓଙ୍କ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ କରିଥିଲେ । ସାଧାରଣ ଲୋକ ମାନଙ୍କ ସମସ୍ୟାର ତ୍ୱରିତ ସମାଧାନ, ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକର ବିକାଶଧାରାକୁ ତ୍ୱରାନ୍ୱିତ କରିବା ସହିତ ଆଗାମୀ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାକୁ ସୂଚାରୁରୂପେ ପରିଚାଳନା କରିବା ଉପରେ ଗୁରୁତ୍ୱ ଦେବେ ବୋଲି କହିବା ସହିତ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ସେହିପରି ନୂତନ ତହସିଲଦାର ଭାବେ ଅଙ୍କିତା ବାରିକ କାର୍ଯ୍ୟରେ ଯୋଗଦାନ କରିବା ପରେ ସମସ୍ତ କର୍ମଚାରୀ ମାନେ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ କରିଥିଲେ । ରାଜସ୍ୱ ବୃଦ୍ଧି ସହିତ ସାଧାରଣ ଲୋକ ମାନଙ୍କ ସମସ୍ୟା ଗୁଡିକର ତ୍ୱରିତ ସମାଧାନ ପାଇଁ ଧ୍ୟାନ ଦେବେ ବୋଲି ନୂତନ ତହସିଲଦାର କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ