ବାସିଙ୍ଗି ନୀଳ ମାଧବ ପେଟ୍ରୋଲ ପମ୍ପରେ ଦୁଵୃତ୍ତଙ୍କ ଲୁଟ ଓ ଗୁଳି ମାଡ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ଗଣପର୍ବ କାଳୀପୃଜା ପାଇଁ ସାରା ପଲ୍ଲି ସହର ଚଳ ଚଂଚଳ
ଏହାର ସୁଯୋଗକୁ ଲୁଟେରା ହାତଛଡା କରିନାହାନ୍ତି । ସୂଚନା ଯୋଗ୍ୟ ମୟୂରଭଂଜ ବହଳଦା ଥାନା ଅନ୍ତର୍ଗତ ଜାତୀର ରାଜପଥ ୨୨୦ନମ୍ବର ବାସିଙ୍ଗି ରାସ୍ତା ପାର୍ଶ୍ୱ ନୀଳ ମାଧବ ପେଟ୍ରୋଲ ପମ୍ପରେ ଗୁରୁବାର ରାତି ୧୦.୦୦ ପାଖାପାଖି ସମୟରେ ଏକ ବାଇକର ୩ ଦୂବୃତ୍ତ ମୁଖାପିନ୍ଧି ପହଞ୍ଚି କର୍ମଚାରୀଙ୍କୁ ଆକ୍ରମଣ କରି କୋଡିଏ ହଜାର ଟଙ୍କା ଲୁଟ କରିଥିବା ଅଭିଯୋଗ ହୋଇଛି ଭୟଭୀତ କରାଇବା ପାଇଁ ଗୁଳି ମାଡ କରିଥିଲେ । କର୍ମଚାରୀ ଅଳ୍ପକେ ରକ୍ଷା ପାଇଛନ୍ତି । ଟଙ୍କା ଲୁଟ କରି ଦୂଵୃତ୍ତ ଖସି ପଳାଇଥିଲେ ଯାହାକି ସିସି କେମେରାରେ କୟଦ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଏକ ଗୁଳି ଜବତ କରିଛି । ଘଟଣା ନେଇ ନେଇ ପେଟ୍ରୋଲ କର୍ମଚାରୀ ବହଳଦା ଥାନାରେ ଲିଖିତ ଅଭିଯୋଗ ହୋଇଛି ।ପୋଲିସ ଘଟଣାସ୍ଥଳରେ କେଶ ମାମଲା ରୁଜୁ କରି ଘଟଣାରତଦନ୍ତ କରୁଛି । ବହଳଦା ଥାନା ଅଂଚଳରେ ନିକଟରେ ଅଁଳାଯୋଡି କାନାରା ବ୍ଯାଙ୍କ, ବ୍ରାହ୍ମଣବୋଷ ରାସ୍ତାରେ ଜଣେ ବିଧାୟକଙ୍କଠାରୁ ୮୦ ହଜାର ଟଙ୍କା ଲୁଟ, ଗମ୍ଭାରିଆରେ ଜଣଙ୍କ ଘରୁ ଲୁଟ, ଗିଦିଘାଟୀ ପାଖରେ ଲୁଟ ଯାହାକି ପୋଲିସର ମୁଣ୍ଡ ବୃଥାର କାରଣ ପାଲଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ