ବାର୍ଦ୍ଧକ୍ୟ ଭତ୍ତା ପାଇଁ ଗୁହାରି ଶୁଣିବ କିଏ ?

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ମୟୂରଭଂଜ ଜିଲ୍ଲାର କାଳୀପୂଜା, ସହରାଏ ପର୍ବ, ଵାନ୍ଦାପର୍ବ ଏକଅନନ୍ୟ ଗଣ ପର୍ବ । ପଲ୍ଲିରୁ ସହର ସମସତେ ଆନନ୍ଦ, ଉଲ୍ଲାସର ସହ ଏହି ପର୍ବ ପାଳିଥାନ୍ତି ।ସବୁଆଡେ ଚଳ ଚଂଚଳ ଆନନ୍ଦର ଚାଲିଥିବାବେଳ ବିଜାତଳା ବ୍ଲକର ମୁଣ୍ଠାଠାକୁର ପଞ୍ଚାୟତରେ ଏହି ପର୍ବ ଫିକା ପଡିଯାଇଛି । ବିଜାତଳା ବ୍ଲକର ସବୁ ପଞ୍ଚାୟତରେ ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀଙ୍କୁ ମିଳିଥିବାବେଳେ ଏତେ ବଡ ଗଣ ପର୍ବରେ ମୁଣ୍ଡାଠାକୁରାର ବୁଢାବୁଢି ଭତ୍ତା ପାଇଲେ ନାହିଁ ।ପଞ୍ଚାଯତବାସୀ ଲାଗ ଲାଗ ଦୂରଦୂରାନ୍ତରୁ ଭତ୍ତା ନେବକୁ ପଞ୍ଚାୟତ ଅଫିସ ଆସି କାହାକୁ ନ ପାଇ ଲୁହ ଝରାଇ ଫେରି ଯାଇଛନ୍ତି । ବୟସର ସାୟହ୍ନରେ ଭତ୍ତା ଟିକେ ସାହା ଭରସା । ସେଥିରୁ ନିଜ ପାଇଁ ଔଷଧ, ନାତିନାତୁଣୀ ପାଇଁ ଗୁଲୁଗୁଲା ଚକଲେଟ ଟେ, ଦୋକାନର ବାକି, ପର୍ବ ଉପଲକ୍ଷେ ଦେହ ପାଇଁ କମସମ ନୂଆ ଲୁଗା ଖଣ୍ଡେ, ପିଠାପଣା ପାଇଁ ତେଲ,ଗୁଡ କିଣିବାକୁ ଇଛା ଥିଲା । ହେଲେ ମୁଣ୍ଡାଠାକୁରା ପଞ୍ଚାୟତର ସରପଞ୍ଚ ଓ ପଞ୍ଚାୟତ ଅଧିକାରୀ ଏହି ଗରିବ ଗୁରୁବା ବୁଢାବୁଢିଙ୍କୁ ଭତ୍ତା ଦେଲେ ନାହିଁ ।ଏତେବଡ ଆନନ୍ଦର ପର୍ବଟା ସେମାନଙ୍କର ଦୁଖ ,ଅବସାଦର ପର୍ବ ହୋଇଗଲା । ହିତାଧିକାରୀ ବିଜାତଳା ବିଡିଓଙ୍କୁ ନିଜର ଦୁଖ କଥା କହିଥିଲେ ବିଡିଓ କହିଥିଲେ ଧୈର୍ଯ୍ୟ ଧର । ଲାଗ ଲାଗ ୩ ଦିନ ହେଲା ଭତ୍ତା ୫୦୦/୭୦୦ଟଙ୍କା ପାଇଁ ବୁଢାବୁଢି,ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡିତ, ଆଣ୍ଠୁଗଣ୍ଠି ଯନ୍ତ୍ରଣାରେ ଜର୍ଜରିତ ,ବୁଢାବୁଢି କାନ୍ଦି କାନ୍ଦି ଘରକୁ ଫେରନ୍ତି ଆଜି ମଧ୍ୟ ଭତ୍ତା ପାଇଁ ବହୁ ଦୁଖରେ ଗାଲରେ ହାତ ଦେଇ ବସିଥାନ୍ତି । ହିତାଧିକାରୀ ପଞ୍ଚାୟତ ଅଧିକାରୀଙ୍କୁ ଫୋନ ଯୋଗେ ଯୋଗ କରିଥିବାବେଳେ ସେ କହିଥିଲେ ସରପଞ୍ଚଙ୍କ ପାଖରେ ଚେକ ବହି ଅଛି । ସେ ଦେଲେ ମୁଁ ଦେବି କହି ସରପଞ୍ଚଙ୍କ ଆଡକୁ ଦୋଷ ଠେଲି ଦେଲେ । ଗଣମାଧ୍ୟମ ସମ୍ମୁଖରେ କୋହଭରା କଣ୍ଠରେ କହିଥିଲେ ଆମକୁ ପ୍ରଶାସନ ଶିଘ୍ର ଭତ୍ତା ପ୍ରଦାନ କରନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ