ମମିତା ମେହର ହତ୍ୟା ଘଟଣା ବିଜେପି ପକ୍ଷରୁ ମନ୍ତ୍ରୀଙ୍କ ଇସ୍ତଫା ଦାବୀ

ଛତ୍ରପୁର, (ଦେବଦତ୍ତ ମହାରଣା):ବହୁ ଚର୍ଚ୍ଚିତ କଳାହାଣ୍ଡି ମହାଲିଙ୍ଗ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣା ରେ ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବି ନେଇ ଶନିବାର ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଜେପି ପକ୍ଷରୁ ସ୍ଥାନୀୟ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମହାଲିଙ୍ଗ ସନ୍ ସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହରଙ୍କ ହତ୍ୟା ଘଟଣାକୁ ନେଇ ରାଜ୍ୟ ରାଜନୀତି ଦିନକୁ ଦିନ ତୀବ୍ର ହୋଇ ଆସୁଥିବା ବେଳେ ଆଜି ବିଜେପି ପକ୍ଷରୁ ଦଳୀୟ ନେତା ଓ କର୍ମୀ ମାନେ ମମିତା ମେହେରଙ୍କ ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କ ସଂପୃକ୍ତି ନେଇ ଅଭିଯୋଗ କରିବା ସହ ଇସ୍ତଫା ଦାବି କରିଛନ୍ତି।ସ୍ଥାନୀୟ ବିଜେପି କାର୍ଯ୍ୟାଳୟ ଠାରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କରଙ୍କ ନେତୃତ୍ଵରେ ଶତାଧିକ ଦଳୀୟ କର୍ମୀ ମାନେ ଏକ ଶୋଭାଯାତ୍ରା ଛତ୍ରପୁର ସହର ପରିକ୍ରମା କରି ଥାନା ସମ୍ମୁଖରେ ପହଞ୍ଚି ଥାନା ପ୍ରତିବାଦ,ମନ୍ତ୍ରୀଙ୍କ କୁଶ ପୁତଳିକା ଦାହ କରାଯିବ ସହ ଥାନା ଅଧିକାରୀଙ୍କୁ ମମିତ ମେହେର ହତ୍ୟାର ନିରପେକ୍ଷ ତଦନ୍ତ ସହ ଦୋଷୀ ଙ୍କ ବିରୋଧ ରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଏତଲା ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ରେ ଛତ୍ରପୁର ମଣ୍ଡଳ ସଭାପତି ସଂଜିତ କୁମାର ରାଉଳ, ବରିଷ୍ଠ ଆଇନଜୀବି ପ୍ରଦୀପ କୁମାର ପାଢୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କୀର୍ତ୍ତନ ଦାସ, ମତ୍ସ୍ୟଜିଵୀ ନେତା ଭୀମସେନ,ପୂର୍ବତନ ନଗରପାଳ ରାମଚନ୍ଦ୍ର ବେହେରା, କେ. ରଘୁନାଥ ରେଡ୍ଡୀ, ଅମରେଶ କୁମାର ମହାରଣା, ଡି. ସୁରେଶ ରେଡ୍ଡୀ, ବିଜୟ ମୁଦୁଲି,ଜି. ମନୋଜ ରେଡ୍ଡୀ,ଗଞ୍ଜାମ ମଣ୍ଡଳ ସଭାପତି ସୁଦାମ ଜେନା, ଜିଲ୍ଲାପରିଷଦ ରଶ୍ମିରାଣୀ ମହାପାତ୍ରଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ