ମହିଳାଙ୍କୁ ହତ୍ୟା ଉଦ୍ୟମ

ଛତ୍ରପୁର, (ଦେବଦତ୍ତ ମହାରଣା):ମହିଳାଙ୍କୁ ନିଆଁ ଲଗାଇ ହତ୍ୟା ଉଦ୍ୟମ।ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅନ୍ତର୍ଗତ ସାନଆର୍ଯ୍ୟପଲ୍ଲୀ ଗ୍ରାମରେ ଜଣେ ବିବାହିତ ମହିଳା ଘରେ ଶୋଇଥିବା ସମୟରେ ସେହି ଗ୍ରାମର ଜଣେ ଯୁବକ କିରୋସିନ ଢାଳି ଜୀବନ ରେ ମାରିବା ପାଇଁ ଉଦ୍ୟମ କରିଥିଲେ।ମହିଳା ଜଣକ ଚିତ୍କାର କରିବା ପରେ ସ୍ଥାନୀୟ ସାହି ଲୋକେ ଘଟଣା ସ୍ଥଳରେ ପହଞ୍ଚିବା ପରେ ଯୁବକ ଜଣକ ଘଟଣା ସ୍ଥଳ ରୁ ଚମ୍ପଟ ମାରିଥିଲା।ଏନେଇ ମହିଳା ଜଣକ ଗତ ୩ ତାରିଖ ରେ ଥାନାରେ ଅଭିଯୋଗ କରିଛନ୍ତି।ଗତ ୨ ତାରିଖ ସନ୍ଧ୍ୟା ୭ଟା ସମୟ ରେ ମହିଳା ଜଣକ ତାଙ୍କ ପଡ଼ୋଶୀ ଘରେ ସୋଇଥିବା ବେଳେ ହଠାତ୍ ସେହି ଗ୍ରାମର କେ.ରାମୁଡୁ ନାମକ ଜଣେ ଯୁବକ ଅସାଧଚରଣ ସହ ଜୀବନ ରେ ମାରିବା ପାଇଁ ଉଦ୍ୟମ କରୁଥିବା ସେ ଏତଲା ରେ ଦର୍ଶାଇଛନ୍ତି। ମହିଳାଙ୍କ ଏତଲା କୁ ଭିତ୍ତି କରି ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଥାନା ରେ ୪୪/୨୧ ରେ ଏକ କେଶ୍ ରୁଜୁ ହୋଇଥିବା ବେଳେ ଘଟଣାର ତଦନ୍ତ ଜାରି ରହିଥିବା ଥାନା ଏସଆଇ ଏ.ଏନ ରାଓ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ