ଅଭିଯୁକ୍ତ ବଡ଼ ଭାଇ ଭାଉଜ ଙ୍କୁ ଦୋଷୀ ସାବ୍ୟସ୍ତ କଲେ ମାଜିଷ୍ଟ୍ରେଟ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି କୋର୍ଟର ମାଜିଷ୍ଟ୍ରେଟ ସଞ୍ଜୟ ଶୁଭବ୍ରତ ଆଚାର୍ଯ୍ୟ ସୋମବାର ଏକ ଆକ୍ରମଣ ସମ୍ପର୍କିତ ମକଦ୍ଦମା ର ଚୂଡାନ୍ତ ଶୁଣାଣି କରିଛନ୍ତି। ଜମିରେ ଗଛ ହାଣି ଦେବା କଥା କୁ କେନ୍ଦ୍ରକରି ଦିଗପହଣ୍ଡି ଥାନା ସିଦ୍ଧେଶ୍ୱର ଗ୍ରାମର ଗୋପାଳ ସାହୁ ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ସାହୁ ଗୋପାଳଙ୍କ ସାନ ଭାଇ ଅଶୋକ କୁମାର ସାହୁ ଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ମାମଲା ନଂ. ଜି. ଆର – ୧୪୪/୨୦୦୮ ର ଚୂଡାନ୍ତ ଶୁଣାଣି କରି ସମସ୍ତ ସାକ୍ଷ୍ୟ ଙ୍କ ବୟାନ ଆଧାରରେ ସମସ୍ତ ତଥ୍ୟ ପ୍ରମାଣ କୁ ଭିତ୍ତିକରି ଗୋପାଳ ସାହୁ ଏବଂ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ସାହୁ ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତ ଦମ୍ପତ୍ତି ଙ୍କୁ ୩ ପି. ଓ ଆକ୍ଟ୍ ଅନୁଯାୟୀ ମାଜିଷ୍ଟ୍ରେଟ ରାୟ ପ୍ରଦାନ କରିଛନ୍ତି। ରାୟ ଶୁଣାଣି ସମୟରେ ଅଭିଯୁକ୍ତ ଦ୍ବୟ କୋର୍ଟ ରେ ଉପସ୍ଥିତ ଥିଲେ।ପରେ କୋର୍ଟ ଙ୍କ ଆଦେଶ ବଳରେ ଅଭିଯୁକ୍ତ ଦ୍ବୟ ଙ୍କୁ ଭବିଷ୍ୟତରେ ଏଭଳି ଅପରାଧ ନକରିବା ପାଇଁ ସୁଯୋଗ ପାଇଁ ଜାମିନ ପ୍ରଦାନ କରାଯାଇଥିଲା। ।ଗତ ୨୦୦୮ ଜୁନ ୩୦ ତାରିଖ ଅପରାହ୍ନ ପ୍ରାୟ ୩ ଟା ରେ ଅଭିଯୁକ୍ତ ଦ୍ବୟ ଅଶୋକ କୁମାର ସାହୁ ଙ୍କୁ ଘାତକ ଆକ୍ରମଣ କରିଥି ବା ନେଇ ଥାନାରେ ଏତଲା ହୋଇଥିଲା।ଏତଲାକୁ ଭିତ୍ତିକରି ଅଭିଯୁକ୍ତ ଦ୍ବୟ ଙ୍କ ବିରୋଧରେ ଦିଗପହଣ୍ଡି ଥାନା ମାମଲା ନଂ. ୮୮/୦୮ ଅନୁଯାୟୀ ବିଭିନ୍ନ ଦଫା ରେ ମକଦ୍ଦମା ରୁଜୁ କରାଯାଇଥିଲା। ତତ୍କାଳୀନ ଦିଗପହଣ୍ଡି ଥାନା ଏ ଏସ ଆଇ ବସନ୍ତ କୁମାର ସେଠୀ ମାମଲା ର ତଦନ୍ତ କରି ଅଭିଯୁକ୍ତ ଦ୍ୱୟ ଙ୍କ ବିରୋଧରେ କୋର୍ଟ ରେ ଚାର୍ଜସିଟ୍ ପ୍ରଦାନ କରିଥିଲେ। ଏହି ମାମଲାରେ ସରକାରଙ୍କ ପକ୍ଷରୁ ଏପିପି ନକୁଳ ପ୍ରଧାନ ଏବଂ କ୍ୟାଡ଼ର ଏପିପି ବିପ୍ଳବ କୁମାର ମୁଦୁଲି ମାମଲା ପରିଚାଳନା କରୁଥିଲେ।