ଗଜପତିର ସୀତା ପାହାଡରେ କାର୍ତ୍ତିକ ମେଳା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ପାଦଦେଶରେ ଗୋଷାଣୀ ବ୍ଲକର ସୀତା ପାହାଡରେ କାର୍ତ୍ତିକ ମେଳା ଅତ୍ୟନ୍ତ ଭକ୍ତିପୁତ ଭାବେ ପାଳନ କରାଯାଉଛି । ସୀତା ପାହ।।ଡ ଉନ୍ନୟନ କମିଟିର ସଭାପତି ପ୍ରଫୁଲ ପ୍ରସାଦ ପାତ୍ର,ଉପ ସଭାପତି ଚରଣ ପ୍ରଧାନ, ସଂପାଦକ ଲକ୍ଷ୍ମୀ ଚରଣ ପା୍ତ,କୋଷାଧ୍ୟକ୍ଷ ଏସ.ରଞ୍ଜିତ ପ୍ରମୁଖ କହିଛନ୍ତି ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଏଠାରେ ଥିବା ସୀତା ଦେବିଙ୍କ ମନ୍ଦିରରେ ଗତ ୨୧ତାରିଖ ଠାରୁ ଆଗାମି ୨୦ତାରିଖ ପର୍ଯନ୍ତ କାର୍ତ୍ତିକ ମେଳା ବା ପୂଜା ରୀତିନୀତି ଅନୁଯାୟୀ ପାଳନ କରାଯାଉଛି । ପ୍ରତ୍ୟେହ ପୂଜାପାଠ,ହୋମ ଯଜ୍ଞ,ଭକ୍ତଙ୍କୁ ମାଗଣା ଅନ୍ନ ପ୍ରସାଦ ବଣ୍ଟନ ଆଦି ସହ ସଂକୀର୍ତ୍ତନ ଚାଲୁ ରହିଛି । ଆଜି ଗୋଷ୍ଠାଷ୍ଟମୀ ଯୋଗୁଁ ସୀତା ପାହାଡରେ ଗୋଷ୍ଠାଷ୍ଟମୀ ପାଳନ ଅବସରରେ ଗୋମାତା ପୂଜା କରାଯିବା ସହ ଗୋମାତାଙ୍କୁ ବିଭିନ୍ନ ଫଳ ଓ ଖାଦ୍ୟ ଦ୍ରବ୍ୟ ଆଦି ପ୍ରଦାନ କରାଯାଇଛି ।