ରାମଚନ୍ଦ୍ରପୁରରେ ସିପିଆଇର ଶାଖା ସମ୍ମିଳନୀ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ପାନପଦୀ ଠାରେ ସିପିଆଇର ପଞ୍ଚାୟତ ସ୍ତରୀୟ ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସିପିଆଇର ବରିଷ୍ଠ ନେତା ନିତ୍ୟାନନ୍ଦ ଦାସ ଲାଲ ପତାକା ଉତ୍ତୋଳନ କରିଥିଲେ । ରବିନ୍ଦ୍ର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ମିଳନୀରେ ଜିଲା ସମ୍ପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ଜୋନ୍ ସଂପାଦକ ରମେଶ ଜେନା, ସହ ସଂପାଦକ ଆଇନଜୀବି ପରମେଶ୍ୱର ବାରିକ, କୃଷକ ନେତା ସୁବାଷ ଚନ୍ଦ୍ର ବେହେରା, ପର୍ଶୁରାମ ସ୍ୱାଇଁ, ପଞ୍ଚାନନ ସେଠୀ, ସଂଜୟ ସାମଲ ଯୋଗ ଦେଇ ଦଳ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ସାଧାରଣ ଲୋକ ମାନଙ୍କୁ ନ୍ୟାୟ ଦେବା ଲକ୍ଷ୍ୟରେ ପଞ୍ଚାୟତରେ ଜନଆନ୍ଦୋଳନ କରି ଆସିଛି । ଦେଶ ଓ ରାଜ୍ୟରେ ଅନ୍ୟାୟ ଓ ଦୁର୍ନୀତିକୁ ପ୍ରତିହତ କରିବା ପାଇଁ ସିପିଆଇ ଗଣଆନ୍ଦୋଳନ କରିବାକୁ ଆହ୍ୱାନ ଦେଇଥିଲେ । ଆସନ୍ତା ପଞ୍ଚାୟତ ନିର୍ବାଚନରେ ସିପିଆଇ ଅଂଶ ଗ୍ରହଣ କରି ପ୍ରାର୍ଥୀ ଦେବାକୁ ସମ୍ମତି ପ୍ରକାଶ ପାଇଥିଲା । ସମ୍ମିଳନୀରେ ମାର୍କଣ୍ଡ ଚରଣ ବାରିକ, ବଳରାମ ଜେନା, ଭାଗିରଥି ଦାସ, ଶରତ ଜେନା, କାଳନ୍ଦି ଜେନା, ପ୍ରଫୁଲ୍ଲ ଜେନା, ଜିତେନ୍ଦ୍ର ରାଉତ, ରାଜ କିଶୋର ଜେନା ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ । ଏହି ଅବସରରେ ଜୟନ୍ତ ଜେନା ସମ୍ପାଦକ, ରବିନ୍ଦ୍ର ନାୟକ, ସନାତନ ସାହୁ ସହସମ୍ପାଦକ ଭାବେ ପୁନର୍ବାର ନିର୍ବାଚିତ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ