୭୦ତମ ଜିଲ୍ଲା ସ୍ତରୀୟ ଗୋ-ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ପ୍ରାଣୀ ସମ୍ପଦ ବିକାଶ ବିଭାଗ ଆନୁକୁଲ୍ୟରେ ୭୦ତମ ଜିଲ୍ଲା ସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାଲିଆ ହାଇସ୍କୁଲ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଡେରାବିଶି ବ୍ଲକ ପଶୁ ସମ୍ପଦ ଅଧିକାରୀ ଡା. ଜିତାଂଶୁ ଶେଖର ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା ଉଦଘାଟନକରି ଗୋ ସମ୍ପଦ ଆମ ଅର୍ଥନୀତିର ମେରୁଦଣ୍ଡ ହୋଇଥିବାରୁ ତାହାର ବିକାଶ ଅପରିହାର୍ଯ୍ୟ ବୋଲି କହିଥିଲେ । ରାଜ୍ୟ ସରକାର ଗୋପାଳନ କରି ଜୀବିକା ନିର୍ବାହ କରୁଥିବା ଚାଷୀଙ୍କ ଆର୍ଥିକ ବିକାଶ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଥିବାରୁ ଗୋଚାଷୀମାନେ ଏଥିପ୍ରତି ଆଗଭର ହେବା ଆବଶ୍ୟକ । ପ୍ରାଣୀ ସମ୍ପଦ ବିକାଶ ବିଭାଗ ମଧ୍ୟ ଗୋଚାଷୀମାନଙ୍କୁ ସମସ୍ତ ସହାୟତା ଯୋଗାଇ ଦେବାକୁ ମୁଖ୍ୟ ଅତିଥି ପରାମର୍ଶ ଦେଇଥିଲେ । ଜିଲ୍ଲା ମୁଖ୍ୟ ପଶୁ ସମ୍ପଦ ଅଧିକାରୀ ଡା. ତ୍ରିଲୋଚନ ଦାସ ସ୍ୱାଗତ ଭାଷଣ ପ୍ରଦାନ ସହିତ ଉତ୍ସବ ପାଳନର ଲକ୍ଷ୍ୟ ଓ ଉଦେଶ୍ୟ ଜ୍ଞାପନ କରିଥିଲେ । ମୁଖ୍ୟବକ୍ତା ଭାବେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା ଯୋଗଦେଇ ପଶୁ ସମ୍ପଦ ବିଭାଗ ଗୋଚାଷୀ, କୁକୁଡା ଓ ବତକ ଚାଷୀମାନଙ୍କ ଆର୍ଥିକ ବିକାଶ ନିମନ୍ତେ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ । କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଶିବ ପ୍ରସାଦ ଭଳ ଓ ଅବସରପ୍ରାପ୍ତ ପଶୁ ସମ୍ପଦ ବିଭାଗ ଯୁଗ୍ମ ନିର୍ଦେଶକ ଡା. ସରୋଜକାନ୍ତ କାନୁନଗୋ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲାରେ ୫୦ପ୍ରତିଶତରୁ ଅଧିକ ଲିଭଷ୍ଟକ ଇନସପେକ୍ଟର ପଦବୀ ଖାଲି ପଡିଥିବାରୁ ସେଗୁଡିକ ଯଥାଶୀଘ୍ର ପୁରଣ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମୁଖ୍ୟ ଅତିଥି ଓ ଅନ୍ୟ ଅତିଥିମାନେ ପ୍ରାରମ୍ଭରେ ଗୋ ପୂଜନ କରିଥିଲେ । ଏହି ଅବସରରେ ସେଠାରେ ଅନୁଷ୍ଠିତ ଗୋବତ୍ସା ପ୍ରଦର୍ଶନୀରେ ପ୍ରଥମ,ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଗୋଚାଷୀମାନଙ୍କୁ ପ୍ରମାଣପତ୍ର, ନଗଦ ଅର୍ଥରାଶି ଓ ଔଷଧ କିଟ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ଶେଷରେ ଡା. ଜିତାଂଶୁଶେଖର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡା. ଦେବ ପ୍ରକାଶ ସାହୁଙ୍କ ସମେତ ଜିଲ୍ଲା ପଶୁ ସମ୍ପଦ ବିଭାଗର ଅଧିକାରୀ ଓ କର୍ମଚାରୀ, ଭାବଗତପୁର ପଞ୍ଚାୟତ ସମିତି ସଭ୍ୟ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦିପ୍ତ ମହାନ୍ତି, ଆଲୋକ ସାହୁ, ଯୁବନେତା ସଂଗମ ସାମଲ ଏବଂ ଗୋଚାଷୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ