ଇନ୍ଦୁପୁର ମୈାଜାକୁ ବନ୍ଦୋବସ୍ତ କରାଯିବା ପାଇଁ ରାଜସ୍ୱ ମନ୍ତ୍ରୀଙ୍କୁ ଦାବି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ତହସିଲ ଅନ୍ତର୍ଗତ ଇନ୍ଦୁପୁର ମୈାଜାର ବନ୍ଦୋବସ୍ତ କରାଯାଇନଥିବାରୁ ସେହି ରାଜସ୍ୱ ଗ୍ରାମର ଲୋକମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରାଙ୍କ ଜରିଆରେ ରାଜସ୍ୱ ମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଇନ୍ଦୁପୁର ପଞ୍ଚାୟତଟି ମାତ୍ର ଗୋଟିଏ ରାଜସ୍ୱ ଗ୍ରାମ ଇନ୍ଦୁପୁରକୁ ନେଇ ଗଠନ କରାଯାଇଥିବା ବେଳେ ଏହାର ଭୈାଗଳିକ ସ୍ଥିତି ସ୍ୱତନ୍ତ୍ର ରହିଛି । ଏହି ପଞ୍ଚାୟତରେ ଶିକ୍ଷାଦାନ ନିମନ୍ତେ ପ୍ରାଥମିକ ବିଦ୍ୟାଳୟ ଠାରୁ ଆରମ୍ଭ କରି ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସମେତ ବେସରକାରୀ ବିଦ୍ୟାଳୟମାନ ରହିଛି । ଏକ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟ ଇନ୍ଦୁପୁରରେ ରହିଛି । ଏହା ବ୍ୟତିତ ସାପ୍ତାହିକ ହାଟ, ଗ୍ରାମ୍ୟ ବ୍ୟାଙ୍କ, କୃଷି ସମବାୟ ସମିତିର ମିନି ବ୍ୟାଙ୍କ ସମେତ ଜଳ ସମ୍ପଦ, ଉଠାଜଳ ସେଚନ, ବିଦ୍ୟୁତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗର ସେକସନ କାର୍ଯ୍ୟାଳୟ ଓ ଭିଏସ ସେଣ୍ଟର ଭଳି ସରକାରୀ କାର୍ଯ୍ୟାଳୟ ସବୁ ରହିଛି । କିନ୍ତୁ ଗତ ୯୧ବର୍ଷ ଧରି ଇନ୍ଦୁପୁର ମୈାଜାର ବନ୍ଦୋବସ୍ତ ହୋଇନଥିବାରୁ ଏହି ରାଜସ୍ୱ ଗ୍ରାମର ଅଧିବାସୀମାନେ ବ୍ୟବସାୟ ପାଇଁ ବ୍ୟାଙ୍କରୁ ଋଣ ଆଣିବାରେ, ଗୃହ ନିର୍ମାଣ କରିବାରେ, ଝିଅ ବିବାହ ପାଇଁ ଜମି ବିକ୍ରୀ କରିବାରେ ଏବଂ ବେକାର ଯୁବକଯୁବତୀମାନେ ସ୍ୱାବଲମ୍ବୀ ହେବା ପାଇଁ ଆବଶ୍ୟକ ଅର୍ଥ ବ୍ୟାଙ୍କରୁ ଋଣ କରିନପାରି ବହୁ ଅସୁବିଧାର ସମ୍ମୁଖୀନ ହେବା ସହ ହତୋତ୍ସାହିତ ହୋଇପଡିଥିବା ଅଭିଯୋଗ କରିଛନ୍ତି । ଇନ୍ଦୁପୁର ଏକ ସଂସ୍କୃତି ସମ୍ପନ୍ନ ଅଞ୍ଚଳ ହୋଇଥିବା ବେଳେ ପ୍ରତିବର୍ଷ ସେଠାରେ ଦୁର୍ଗାପୂଜା, ମହା ବାରୁଣୀ ମେଳା ଓ ହୋଲି ଉତ୍ସବ ପ୍ରଭୃତି ଅନୁଷ୍ଠିତ ହୋଇଥାଏ । ବ୍ୟବସାୟ, ବାଣିଜ୍ୟ କରିବା ପାଇଁ ସେ ଅଞ୍ଚଳର ଅଧିବାସୀମାନେ ମଧ୍ୟ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଣୁ ଏହିସବୁ ସମସ୍ୟାକୁ ହୃଦୟଙ୍ଗମ କରି ମନ୍ତ୍ରୀ ତୁରନ୍ତ ଇନ୍ଦୁପୁର ମୈାଜାକୁ ବନ୍ଦୋବସ୍ତ କରାଇବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅଧିବାସୀଙ୍କ ପକ୍ଷରୁ ପ୍ରଫୁଲ୍ଲ କୁମାର ଦାସ, ଲକ୍ଷ୍ମଣ ଜେନା, ସରପଞ୍ଚ ରୀନା ମଲିକ, ସମିତିସଭ୍ୟ ସନ୍ତୋଷ କୁମାର ବେହେରା, ବ୍ଲକ ଅଧ୍ୟକ୍ଷ ଶିବ ପ୍ରସାଦ ଭଳ ପ୍ରମୁଖ ନିବେଦନ କରିଛନ୍ତି । ବିଧାୟକ ଶ୍ରୀ ବେହେରା ଇନ୍ଦୁପୁରବାସୀଙ୍କ ସମସ୍ୟା ଜନିତ ସ୍ମାରକପତ୍ର ଉପରେ ଆବଶ୍ୟକ ପଦକ୍ଷେପ ନେବାକୁ ରାଜସ୍ୱ ମନ୍ତ୍ରୀଙ୍କୁ ସୁପାରିଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ