୨୦୨୦ ନଭେମ୍ବର ୨୭ରେ ହେବ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ

କାର୍ତ୍ତିକ ମାସରେ ପଞ୍ଚୁକ ୫ ଦିନ ପରିବର୍ତ୍ତେ ୬ ଦିନ ପଡ଼ିଲେ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ହୋଇଥାଏ । ଶ୍ରୀଜିଉ ବୀରବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଏହି ବେଶକୁ ଦେଖିବା ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଜନସମାଗମ ହୋଇଥାଏ । ନାଗାର୍ଜୁନ ବେଶ ଦର୍ଶନ କଲେ ଜନ୍ମ ଜନ୍ମାନ୍ତର ପାପ ନାଶ ହୋଇ ମୋକ୍ଷ ମିଳିଥାଏ ବୋଲି ବିଶ୍ୱାସ ରହିଛି । ଅର୍ଜୁନଙ୍କ ପୁତ୍ର ଶହସ୍ରାର୍ଜୁନ ବା ନାଗାର୍ଜୁନଙ୍କ ସହିତ ଯୁଦ୍ଧ ସମୟରେ ଏହା ଏକ ବୀର ବେଶ ବୋଲି କେତେକ କୁହନ୍ତି । ନାଗାର୍ଜୁନଙ୍କୁ ପ୍ରଭୁ ପର୍ଶୁରାମ ବଧ କରିଥିଲେ ବୋଲି ପୁରାଣରେ ଉଲ୍ଲେଖ ଅଛି । ଏହି ବେଶ ପୂର୍ବରୁ ୧୯୬୬ ମସିହାରେ ହୋଇଥିଲା । ଏହା ପରେ ୧୯୮୩ ଏବଂ ୧୯୯୪ରେ ଅନୁଷ୍ଠିତ ହୋଇଥିଲା । ଆସନ୍ତା ୨୦୨୦ରେ କାର୍ତ୍ତିକ ମାସରେ ପଞ୍ଚୁକ ୬ ଦିନ ହେବ । ତେଣୁ ୨୦୨୦ ନଭେମ୍ବର ୨୭ରେ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ଦୀର୍ଘ ୨୫ ବର୍ଷ ପରେ ପୁଣି ଭକ୍ତ ଦର୍ଶନ କରିବାର ଅପୂର୍ବ ସୁଯୋଗ ଲାଭ କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ