କୁଟରୁ ଖମାରେ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):ଭବାନୀପାଟଣା ବ୍ଲକ୍ ଅନ୍ତର୍ଗତ କୁଟୁରୁ ଖମା ପଞ୍ଚାୟତ ଠାରେ ନୁଆ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଦ୍ବାରା ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୁଟୁରୁ ଖମା ସରପଞ୍ଚ ଶ୍ରୀମତୀ ବାସନ୍ତୀ ମଲିକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କଳାହାଣ୍ଡି ତହସିଲଦାର ଉପେନ୍ଦ୍ର ଲୁହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୋଟ ଏକ ଶହ ଅଶି ଜଣ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ। ପଞ୍ଚାୟତ ପି ଇ ଓ ମାନସ ବେନୂପାନି ମଞ୍ଚ ପରିଚାଳନା କରିଥିଲେ। ପୂର୍ବତନ ସରପଂଚ ସୁରେନ୍ଦ୍ର ମଲ୍ଲିକ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ହିତାଧିକାରୀଙ୍କୁ ଉତ୍ସାହିତ କରି ରାଜ୍ୟ ସରକାରଙ୍କ ସଫଳ କାର୍ଯକ୍ରମ ଲୋକଙ୍କ ନିକଟ ତର ହୋଇ ପାରିଥିବା ସମ୍ପର୍କରେ କହିଥିଲେ। ଯୋଗାଣ ଅଧିକାରୀ ଶଙ୍କର ପ୍ରଧାନ ସମେତ ବ୍ଲକ ର ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ