ଆଶ୍ଚର୍ଯ୍ୟ ହେଲେ ବି ସତ୍ୟ, ନଳକୂପରୁ ଅନବରତ ବାହାରୁଛି ଉଷ୍ମ ଜଳ

ଆସିକା  (ୱାଇଏନ୍‍ଏସ୍‍): ଘଟଣାଟି ଆଶ୍ଚର୍ଯ୍ୟ ହେଲେ ବି ସଂପୁର୍ଣ୍ଣ ସତ୍ୟ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିଲା ବେଳେ ଘଟଣାକୁ ଯେ କେହି ବି ସ୍ୱଚକ୍ଷୁରେ ନଦେଖିଲେ ବିଶ୍ୱାସ କରିପାରିବ ନାହିଁ ବୋଲି ମତ ପ୍ରକାଶ ପାଉଛି । ଦୀର୍ଘ ବର୍ଷେ କି ଦୁଇ ବର୍ଷ ନୁହେଁ ପ୍ରାୟ ୩୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଆସିକା ବ୍ଳକ ଅନ୍ତର୍ଗତ ବେଣାପାଟ ଗ୍ରାମର ବାଇପାସ୍‍ ରାସ୍ତା ନିକଟରେ ଥିବା ଏକ ହ୍ୟାଣ୍ଡର ବିହୀନ ନଳକୂପରୁ ଅନବରତ ନିର୍ଗତ ହେଉଛି ଉଷ୍ମଜଳ । ସତେ ଯେମିତି ଏହା ଏକ ଉଷ୍ମ ପ୍ରସବଣ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ନଳକୂପରୁ ଉଷ୍ମଜଳ ଅନବରତ ନିର୍ଗତ ହେଉଥିବା ସଂପର୍କର କାରଣ ସଂପର୍କରେ କେହି ବି କିଛି କହିପାରୁ ନଥିବା ବେଳେ ଏହି ଘଟଣା ସାଧାରଣ ଜନତାଙ୍କୁ ଚକିତ କରିପକାଉଥିବା ଦେଖିବାକୁ ମିଳୁଛି । ଆସିକା ବ୍ଳକ ଅନ୍ତର୍ଗତ ବେଣାପାଟ ଗ୍ରାମର ନିର୍ମାଣାଧୀନ ବାଲୁଙ୍କେଶ୍ୱର ଶୈବମନ୍ଦିର ନିକଟରେ ଥିବା ଏହି ହ୍ୟାଣ୍ଡର ବିହୀନ ନଳକୂପରୁ ଅବିରତ ଭାବେ ସରୁ ଧାରରେ ଗରମ ଜଳ ନିର୍ଗତ ହେଉଥିବା ଦେଖିବାକୁ ମିଳୁଛି । ରାଜ୍ୟ ସରକାର ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ବେଣାପାଟ ଗ୍ରାମର ନଳକୂପରୁ ଉଷ୍ମଜଳ ଅବିରତ ନିର୍ଗତର କାରଣ ବାହାର କରି ଉକ୍ତ ସ୍ଥଳକୁ ଏକ ପର୍ଯ୍ୟଟନ ସ୍ଥଳ ଭାବେ ବିକଶିତ କରାଗଲେ ଏଠାକୁ ଆହୁରି ବହୁ ବ୍ୟକ୍ତି ଆସି ସ୍ୱଚକ୍ଷୁରେ ଘଟଣାକୁ ଦେଖିପାରିବେ ବୋଲି ସାଧାରଣରେ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ସରକାରଙ୍କ ପକ୍ଷରୁ ବେଣାପାଟ ଗ୍ରାମର ଉଷ୍ମଜଳ ନିର୍ଗତ ନଳକୂପ ନିକଟରେ ଏକ ପର୍ଯ୍ୟଟନସ୍ଥଳୀ ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ସମାଜସେବୀ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ