ବିଜେପିର ମିଶ୍ରଣ ପର୍ବ ଓ କର୍ମୀ ସମ୍ମିଳନୀ

ବାଲେଶ୍ୱର, (ସରୋଜ ପଣ୍ଡା) : ଜିଲ୍ଲା ପରିଷଦ ଜୋନ ସିଂଲା ଗ୍ରାମ ପଞ୍ଚାୟତର ଶ୍ରୀଜଗନ୍ନାଥ ୩୨ ବେଶ ପଡିଆ ଠାରେ ଏକ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି I ସାହାଡ଼ା ମଣ୍ଡଳ ସଭାପତି ଶ୍ରୀ ଦେବବ୍ରତ ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସଭାରେ ଜିଲ୍ଲା ବିଜେପି ସଭାପତି ଶ୍ରୀଯୁକ୍ତ ଉମାକାନ୍ତ ମହାପାତ୍ର, ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବସ୍ତା ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ରଘୁନାଥ ମହାନ୍ତି , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର , ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଖଗେନ୍ଦ୍ର ନାୟକ, ଜିଲ୍ଲା ଉପସଭାପତି ପ୍ରଦୀପ କୁମାର ପଣ୍ଡା ଓ କମାଲ ଲୋଚନ ଦାସ , ୧୭ ନଂ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ନବକୃଷ୍ଣ ଦାସ, ମାନନୀୟ ଲୋକସଭା ସଦସ୍ୟଙ୍କ ସଦର ବ୍ଲକ ପ୍ରତିନିଧି ସୁଶାନ୍ତ ବେରା, ନଗର ମଣ୍ଡଳ ସଭାପତି ଚିତ୍ତରଞ୍ଜନ ପଣ୍ଡା, ଜିଲ୍ଲା କୃଷକ ମୋର୍ଚ୍ଚା ସଦସ୍ୟ ବାସୁଦେବ ପଣ୍ଡା , ସିଂଲା ଗ୍ରାମ ପଞ୍ଚାୟତର ଅନେକ ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସହିତ ସାହାଡ଼ା ମଣ୍ଡଳର ସାଧାରଣ ସମ୍ପାଦକ ଶ୍ରୀ ବିପିନ ବିଶ୍ୱାଳ ଓ ଶ୍ରୀ ରାଧାକୃଷ୍ଣ ମୈକାପ ମଂଚାସୀନ ଥିଲେ। ଆଜିର ସମ୍ମିଳନୀରେ ଅନ୍ୟ ଦଳରୁ ପ୍ରାୟ ୧୦୦ରୁ ଉର୍ଦ୍ଧ୍ଵ ସ୍ଥାନୀୟ ନେତା ଓ କାର୍ଯ୍ୟକର୍ତ୍ତା ବିଜେପିରେ ବିଧିବଦ୍ଧ ଭାବେ ସଦସ୍ୟତା ଗ୍ରହଣ କରିଥିଲେ I ଜିଲ୍ଲା ସଭାପତିଙ୍କ ଅନୁମୋଦନ କ୍ରମେ ମଣ୍ଡଳ ସଭାପତି ଶ୍ରୀ ନନ୍ଦ ସିଂଲା ଗ୍ରାମ ପଂଚାୟତର ନୂତନ ସଭାପତି ଶ୍ରୀ ଜୟନ୍ତ କୁମାର ମିଶ୍ର , ସାଧାରଣ ସମ୍ପାଦକ, ଶ୍ରୀ ରାଧାକୃଷ୍ଣ ଶୁକ୍ଲା, ଉପସଭାପତି ଶ୍ରୀ ସୁଧାଂଶୁ ଶେଖର ନାୟକ ଓ ସମ୍ପାଦକ ଶ୍ରୀ ବେଣୁଧର ଗିରି ଙ୍କ ନାମ ଘୋଷଣା କରିବା ସହିତ , ସାହାଡ଼ା ମଣ୍ଡଳର ମହିଳା ମୋର୍ଚ୍ଚାର ନୂତନ ସଭାନେତ୍ରୀ ଶ୍ରୀମତୀ ଯଶୋଦା ନାୟକଙ୍କ ନାମ ଘୋଷଣା କରିଥିଲେ I ସମାଜସେବି ଶ୍ରୀ ଦୀପକ ପ୍ରଧାନ ମଂଚ ପରିଚାଳନା କରିବା ସହିତ ଶ୍ରୀ ରାମକୃଷ୍ଣ ଶୁକ୍ଲା ଧନ୍ୟବାଦ ଅର୍ପଣ କରିଥିଲେ I ଆସନ୍ତା ପଂଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଏହି ବୈଠକ ବିଜେପି କର୍ମୀଙ୍କ ମନରେ ନୂତନ ଆଶା ସଞ୍ଚାର କରିଥିବାର ସାଧାରଣରେ ଆଲୋଚନା ହେଉଛି :- ଶ୍ରୀନିବାସ ପ୍ରଧାନ, ଜିଲ୍ଲା ଗଣମାଧ୍ୟମ ସଂଯୋଜକ, ଭାରତୀୟ ଜନତା ପାର୍ଟି, ବାଲେଶ୍ୱର

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ