କଲ୍ୟାଣପୁର ଗ୍ରାମରେ ଆମ ପୋଲିସ ସମିତି ସଚେତନତା

ଗଞ୍ଜାମ, (ବିନୋଦ ପଲାଇ) : ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ପଞ୍ଚାୟତର କଲ୍ୟାଣପୁର ଗ୍ରାମ ଠାରେ ଗଂଜାମ ଥାନା ର ଆମ ପୋଲିସ ସମିତି ପକ୍ଷରୁ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ଜି.ସନ୍ତୋଷ ରେଡିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ଗଂଜାମ ଆଇଆଇସି ଶୁଭେନ୍ଦୁ କୁମାର ସାହୁ ଯୋଗଦେଇ ଆଜିର ଦିନରେ ପୋଲିସ ଆପଣଙ୍କ ବନ୍ଧୁ । ସମୟ ଥିଲା ପୋଲିସକୁ ଲୋକେ ଭୟ କରୁଥିଲେ । ବର୍ତ୍ତମାନ ପୋଲିସ ଆପଣଙ୍କ ଦ୍ୱାରପାଖରେ ବୋଲି କହିଥିଲେ । ନାରୀ ନିର୍ଯ୍ୟାତନା, ଗୁଣିଗାରିଡି, ବାଲ୍ୟ ଵିଵାହ ପ୍ରଥା ରୋକିବା, ଗ୍ରାମରେ କୌଣସି ଅଚିହ୍ନା ଲୋକଙ୍କୁ ଦେଖିଲେ, ସନ୍ଧେହ ଲାଗିଲେ ପୋଲିସ କୁ ଖବର ଦେବା, ବର୍ତ୍ତମାନ କରୋନା ସଂକ୍ରମଣ ହ୍ରାସ ହୋଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ହଟିନଥିବାରୁ ସମସ୍ତ ପ୍ରକାର ନିୟମ ପାଳନ କରିବା, ମାସ୍କ ପିନ୍ଧିବା,ହାତ ଧୋଇବା, କୋଭିଡ଼ି ଟିକା ନିଜେ ନେବା ଓ ଅନ୍ୟମାନଙ୍କୁ ନେବା ପାଇଁ ସଚେତନତା କରାଇବା,ଗାଡି ଚଳାଇବା ବେଳେ ହେଲମେଟ ପିନ୍ଧିବା, ଟ୍ରାଫିକ ନିୟମ ମାନିବା, ଦୁର୍ଘଟଣା ଗ୍ରସ୍ତ ଲୋକଙ୍କୁ ମେଡ଼ିକାଲ ରେ ପହଞ୍ଚାଇବା, ଜୁଆ ଆଡା,ଓ ଚୋରା ମଦ ବିକ୍ରି ହେଉଥିଲେ , ପୋଲିସଙ୍କୁ ଖବର ଦିଅନ୍ତୁ, ନାମ ଗୋପନ ରଖାଯିବା ସହ ସେମାଙ୍କୁ ଧାରାଯିବା ବୋଲି କହିବା ସହ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପ୍ରଥମ କର୍ତ୍ତବ୍ୟ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସେକେଣ୍ଡ ଅଫିସର ଅଜିତ କୁମାର ପରିଡା, ଏସଆଇ ନାରାୟଣ କହଁର ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ