ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ନେହେରୁ ଜୟନ୍ତୀ ଓ ଶିଶୁ ଦିବସ ପାଳନ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ଆନୂକୂଲ୍ଯରେ ଜିଲ୍ଳା ନେହେରୁ ଯୁବ କେନ୍ଦ୍ର ତରଫରୁ ବେଲଗୁଣ୍ଠା ବ୍ଳକ୍ ନୁଣିପଡ଼ା ସ୍ଥିତ ଓମ୍ ମାଆ ନାରାୟଣୀ ଯୁବ ସେବା ସଂଘ କେନ୍ଦ୍ରରେ ସ୍ଥାନୀୟ ମହାବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀଙ୍କୁ ନେଇ ନେହେରୁ ଜୟନ୍ତୀ ଏବଂ ଶିଶୁ ଦିବସ ପାଳିତ ହୋଇଯାଇଛି I ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟର ଇଁରାଜୀ ଅଧ୍ୟାପକ ରାମଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଇଁରାଜୀ ପ୍ରାଧ୍ୟାପକ ଡଃ ରାଜେନ୍ଦ୍ର ଡାକୁଆ ଏବଂ ସମ୍ମାନୀତ ଅତିଥି ଭାବେ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ପୁରାତନ ଛାତ୍ର ସଂଗଠନ ସଭାପତି ଗୋରାଚାନ୍ଦ୍ ସ୍ୱାଇଁ,ସମାଜସେବୀ ସୁରେନ୍ଦ୍ର ଦାଶ ଏବଂ ଶିକ୍ଷକ ଶିଶିର କୁମାର ସ୍ଵାଇଁ ଉପସ୍ଥିତ ରହି ଶିଶୁ ଦିବସ ପାଳନର ମହତ୍ତ୍ୱ ଏବଂ ଯୂବ ଗୋଷ୍ଠୀଙ୍କ ଦାୟିତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ I ଏହି ଅବସରରେ ନେହେରୁଙ୍କ ସମ୍ପର୍କରେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିବା ଛାତ୍ରୀ ସନ୍ତୋଷିନୀ ଜେନା, ସନ୍ଧ୍ୟାରାଣୀ ସ୍ୱାଇଁ ଏବଂ ରୋଜାଲିନ୍ ସ୍ୱାଇଁଙ୍କୁ ପୁରସ୍କୃତ କରାଯାଇଥିଲା I ସମସ୍ତ କାର୍ଯ୍ୟକ୍ରମକୁ ନେହେରୁ ଯୁବ କେନ୍ଦ୍ର ବ୍ଳକ୍ ସଂଯୋଜିକା ଦିପ୍ତିମୟୀ ବେହେରା ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ