କାର ଦୁର୍ଘଟଣା ଗ୍ରସ୍ତ ୪ ଆହତ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ପୁରୀରୁ ଗୁପ୍ତେଶ୍ଵର ଏକ କାର ନଂ (ଓଡି ୧୩ ଏଫ୭୪୦୦) ଯୋଗେ ବୁଲିବାକୁ ଯାଇ ୮ଜଣ ପୁରୁଷ ଓ ମହିଳା । ଗୁପ୍ତେଶ୍ଵରରୁ ଫେରୁଥିବା ବେଳେ ରବିବାର ରାତ୍ର ପ୍ରାୟ ୧୧ଟା ୩୦ରେ ମୋହନା ନିକଟସ୍ଥ ଲୁଦୁପଙ୍କା ନିକଟ ବୁଲାଣିରେ ଅପର ପାର୍ଶ୍ଵରୁ ଆସୁଥିବା ଏକ ଗାତିର ଉଜ୍ୱଳ ଆଲୋକ କାର ଚାଳକଙ୍କ ମୁହଁରେ ପଡିବାରୁ ରାସ୍ତା ଦେଖିନପାରି ହଠାତ ବ୍ରେକ ମାରି ଡାହାଣ ପଟ ରାସ୍ତା କଡକୁ କାରଟି ଚାଲିଯାଇଥିଲା । ଯାହାଫଳରେ ଗାଡିରେ ବସିଥିବା ଲୋକମାନେ ପରସ୍ଵର ସହିତ ଧକ୍କା ହୋଇ ସାମାନ୍ୟ ଆହତ ହୋଇଥିଲେ । ସମସ୍ତେ ପ୍ରାଥମିକ ଚିକିତ୍ସା ପାଇଁ ମୋହନା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣ ଆହତ ହୋଇଛନ୍ତି। ସମସ୍ତ ଯାତ୍ରା ପୁରୀ ସିଟି ରୋଡର ବାସିନ୍ଦା ବୋଲି ଜଣାପଡିଛି ।


