ସବୁଜ ଭାରତ ତରଫରୁ ଜାତୀୟ ଗଣମାଧ୍ୟମ ଦିବସ ପାଳିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସ୍ୱେଚ୍ଛାସେବୀ ସଂଗଠନ ସବୁଜ ଭାରତ ପକ୍ଷରୁ ଜାତୀୟ ଗଣମାଧ୍ୟମ ଦିବସ-୨୦୨୧ ଭୁବନେଶ୍ୱର ୟୁନିଟ୍-୯ସ୍ଥିତ ଜନକଲ୍ୟାଣ କ୍ଲବଠାରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ସମାଜସେବୀକା ବିରଜା ଦେବୀ, ମୁଖ୍ୟବକ୍ତା ଭାବେ ଅଧିବକ୍ତା ସମ୍ପାଦକ ଶୁଭାଶିଷ ମିଶ୍ର, ସମ୍ମାନିତ ଅତିଥି ଭାବେ ଯୁବ ସାମ୍ବାଦିକ ଜ୍ଞାନେନ୍ଦ୍ର ସାମନ୍ତରାୟ, ଅଧ୍ୟାପକ ରଘୁନାଥ ମଣ୍ଡଳ, ଆସ ପଢାଇବାର ରାଜ୍ୟ ଆବାହକ ପ୍ରତ୍ୟୟ ପ୍ରଶାନ୍ତ ମହାନ୍ତି ଏବଂ ‘ବୋଉ’ର ସମ୍ପାଦକ ସଞ୍ଜୟ କୁମାର ଚୌଧୁରୀ ପ୍ରମୁଖ ଯୋଗ ଦେଇ ଗଣମାଧ୍ୟମ ସଠିକ୍ ଖବର ପରିବେଷଣ କରିବା ସହିତ ଜନସାଧାରଣଙ୍କ ସମସ୍ୟାକୁ ଠିକ୍ ଭାବରେ ସରକାରଙ୍କ ପାଖରେ ଉପସ୍ଥାପନ କରିବାକୁ ମତବ୍ୟକ୍ତ କରିଥିଲେ । ଏଥିସହିତ ଗଣମାଧ୍ୟମର ପରିସୀମା ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ସତ୍ୟ ଓ ନିର୍ଭୀକ ଖବର ପରିବେଷଣ ସାମ୍ବାଦିକତାର ମୌଳିକ ଧର୍ମ ହେବା ଆବଶ୍ୟକ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ କବି ଞ ସାହିତ୍ୟିକ ପୂର୍ଣ୍ଣଚନ୍ଦ୍ର ସୁନାନୀ, ଗବେଷକ ଲବଣେଶ୍ୱର ବାରିକ, ସାହିତ୍ୟିକା ବୁନି ତ୍ରିପାଠୀ, ସାମ୍ବାଦିକ ବିଜୟ ପଣ୍ଡା, ପ୍ରତାପ ଚନ୍ଦ୍ର ସେନାପତି ପ୍ରମୁଖଙ୍କୁ ନିଜର ଅତୁଳନୀୟ ଅବଦାନ ପାଇଁ ଅତିଥିମାନେ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ ସବୁଜ ଭାରତର ଅଧ୍ୟକ୍ଷ ସତ୍ୟବ୍ରତ ଜେନା ସଭାପତିତ୍ୱ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ସାମ୍ବାଦିକ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ । ବ୍ରଜବନ୍ଧୁ ପରିଡ଼ା, ରଶ୍ମିତା ମୁଖୀ, ଏକତା ସାହୁ, ଶ୍ରୀନିବାସ ଦାସ, କଳ୍ପତରୁ ସେନାପତି, ସୂର୍ଯ୍ୟକାନ୍ତ ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


