ବନ୍ଧୁକ ମୁନରେ ଲୁଟ ଉଦ୍ୟମ ବିଫଳ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) : ପାଟପୁର ଥାନା ଅନ୍ତର୍ଗତ ଡେଙ୍ଗା ଉସ୍ତା ର ଜଣେ ସୁନା ବ୍ୟବସାୟୀ ଙ୍କୁ ବନ୍ଧୁକ ଫାୟରିଂ କରି ଲୁଟ ଉଦ୍ୟମ ବିଫଳ ହୋଇଥିବା ଜଣାପଡ଼ିଛି । ଖବର ପାଇ ପାଟପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି । ଏ ନେଇ ସୁନା ବ୍ୟବସାୟୀ ପ୍ରଶାନ୍ତ କୁମାର ପାତ୍ର ପାଟପୁର ଥାନା ରେ ଏତଲା ଦେଇଥିବା ସୁଚନା ମିଳିଛି। ଘଟଣାରୁ ଜଣାପଡ଼ିଛି ଗତ ବୁଧବାର ରାତ୍ର ୯,୩୦ଘଣ୍ଟା ସମୟରେ ଦୋକାନ ବନ୍ଦ କରି ଦୁଇ ଭାଇ, ବଡ଼ଭାଇ ପ୍ରଦୀପ କୁମାର ପାତ୍ର ଏକ ଅଟୋ ଯୋଗେ ପରିବାର ସହ ନିଜ ଗ୍ରାମ କସାମାରି ବାହାରିଥିଲେ ପଛରେ ସାନ ଭାଇ ପ୍ରଶାନ୍ତ କୁମାର ପାତ୍ର ବାଇକ୍ ଯୋଗେ ଯାଉଥିବା ବେଳେ ବାଟରେ କୁକୁଡ଼ା ଫାର୍ମ ନିକଟରେ ତିନିଜଣ ଦୁର୍ବୃତ୍ତ ବାଇକରେ ବସି ବ୍ୟାଗ୍ ଛଡ଼ାଇ ନେଲେ ପୁଣି ବାଇକ୍ ଆଗକୁ ଯାଇ ଅଟକାଇଲା ବେଳେ ପ୍ରଶାନ୍ତ ତିନିଜଣ ଦୁର୍ବୃତ୍ତ ରାସ୍ତା ରେ ପଡ଼ିଯାଇ ଥିଲେ ପାଖରେ ଥିବା ଦେଶୀ ବନ୍ଧୁକ ରୁ ଫାୟାରୀଙ୍ଗି କରିଥିଲେ ପ୍ରଶାନ୍ତ ଙ୍କୁ ଗୁଳି ବାଜି ନଥିଲା ଆଉ ଗୋଟିଏ ଗୁଳି ତଳେ ପଡିଯାଇଥିଲା । ଏ ନେଇ ପାଟପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଦେଇଥିବା ବେଳେ ଆଜି ଛତ୍ରପୁର ସାଇଣ୍ଟିଫିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି । ଏନେଇ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଙ୍କୁ ପଚାରିବାରୁ ସେ ସୁଚନା ଦେଇଛନ୍ତି ଦେଶୀ ବନ୍ଧୁକ ର ଗୋଟିଏ ଗୁଳି ତଳେ ପଡିଯାଇଥିଲା ଏବଂ ଗୋଟିଏ ଫାୟା ରିଙ୍ଗ ହୋଇଥିବା କହିଛନ୍ତି ।ଟାର୍ଗେଟ ରେ ପ୍ରିୟଦର୍ଶିନୀ ସୁନା ବ୍ୟବସାୟୀ। ଦୀର୍ଘ ୧୨ ବର୍ଷ ତଳେ ଏହି ଦୋକାନ ପଶି ପ୍ରଶାନ୍ତ ଙ୍କ ବଡ ଭାଇ ପ୍ରଦୀପ ଙ୍କୁ ଗୁଳି ମାଡ଼ ଖାନ୍ଦ୍ ରେ ବାଜିଥିଲା ବେଳେ ପୁଣି ବନ୍ଧୁକ ଫୁଟାଇ ଲୁଟ ଉଦ୍ୟମ ଅଞ୍ଚଳ ରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଘଟଣାର ତଦନ୍ତ କରି ଅଭିଯୁକ୍ତ ଗିରଫ କରିବା ପାଇଁ ଥାନା ପକ୍ଷରୁ ସୂଚନା ଦିଆଯାଇଛି ।