ନିଳୋକରେ କାର୍ତ୍ତିକେଶ୍ୱର ପୂଜା ଅନୁଷ୍ଠିତ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ନିଳୋକ ଗ୍ରାମରେ ପ୍ରତିବର୍ଷ ପରି ଚଳିତ ବର୍ଷ କୋଭିଡ୍ ଗାଇଡ୍ ଲାଇନ୍ ମଧ୍ୟରେ କାର୍ତ୍ତିକେଶ୍ୱର ପୂଜା ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ମୃଣ୍ମୟୀ ମୂର୍ତ୍ତି ପରିବର୍ତ୍ତେ ପିତ୍ତଳ ନିର୍ମିତ ମୂର୍ତ୍ତି ପ୍ରତିଷ୍ଠା କରାଯାଇ ପୂଜା କରାଯାଇଥିଲା । ପ୍ରାରମ୍ଭରେ ନିକଟସ୍ଥ ମହାଦେବ ପୁଷ୍କରିଣୀରୁ ପ୍ରଶାନ୍ତ କୁମାର ଦାଶ, ହେମନ୍ତ କୁମାର ଦାଶ, ଗଜେନ୍ଦ୍ର କୁମାର ପ୍ରଧାନ କଳସ ଆଣିବା ପରେ ଯଥାରୀତି ପୂଜା ଅନୁଷ୍ଠିତ ହୋଇଥିଲା । ପୂଜକ ବସନ୍ତ କୁମାର ମିଶ୍ର, ପୂର୍ଣ୍ଣ ଚନ୍ଦ୍ର ଶତପଥୀଙ୍କ ଦ୍ୱାରା ସମସ୍ତ ପୂଜାକର୍ମ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ