ମାନସିକ ଭିନ୍ନକ୍ଷମ ପରିବାର ଉପରେ ମରଣାନ୍ତଙ୍କ ଆକ୍ରମଣ ଓ ଲୁଟ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଏକ ମାନସିକ ଭିନ୍ନକ୍ଷମ ପରିବାରର ମୁଖ୍ୟଙ୍କ ଉପରେ କେତେକ ଦୁର୍ବୁତ୍ତ ମରଣାନ୍ତଙ୍କ ଆକ୍ରମଣ କରିବା ସହ ଘରୁ ଧନସମ୍ପତ୍ତି ଲୁଟ କରିନେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାଇ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ଥାନା ଅନ୍ତର୍ଗତ ଯଶୁଆପଲ୍ଲୀ(ବାଲିସାହି)ଗ୍ରାମର ଗୋପକୃଷ୍ଣ ରାଉତଙ୍କ ପୁଅ ଯଶୋବନ୍ତ ରାଉତଙ୍କ ପତ୍ନୀ ଏବଂ ପୁଅ ଉଭୟ ମାନସିକ ଭିନ୍ନକ୍ଷମ ଅଟନ୍ତି । ବୁଧବାର କେତେକ ଦୁର୍ବୁତ୍ତତ୍ତଯଶୋବନ୍ତଙ୍କ କୋଠାଘରକୁ ଭାଙ୍ଗିଦେବାରୁ ସେ ଏହାର ପ୍ରତିବାଦ କରନ୍ତେ ସେମାନେ ଯଶୋବନ୍ତଙ୍କ ବେକରେ ଭୂଜାଲି ଲଗାଇ ମାରିଦେବାକୁ ଧମକ ଦେବା ସହ ତାଙ୍କୁ ମରଣାନ୍ତଙ୍କ ଆକ୍ରମଣ କରିଥିବା ଯଶୋବନ୍ତ ମହାକାଳପଡା ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ କୈାଣସି ପଦକ୍ଷେପ ଗ୍ରହଣ ନକରିବାରୁ ଦୁର୍ବୁତ୍ତମାନେ ପୁନର୍ବାର ଯଶୋବନ୍ତଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି । ଯଶୋବନ୍ତଙ୍କୁ ମାରଧର କରି ତାଙ୍କ ଘରେ ଥିବା ଧନସମ୍ପତ୍ତି ସମେତ ବିଭିନ୍ନ ଦରକାରୀ କାଗଜପତ୍ର ଦୁର୍ବୁତ୍ତମାନେ ଲୁଟ କରି ନେଇଥିବା ସମ୍ପର୍କରେ ସେ ଗତ ଜୁନମାସ ୨୦ତାରିଖରେ ମଧ୍ୟ ମହାକାଳପଡା ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସର ଉଦାସୀନତା ଯୋଗୁଁ ସେହି ଦୁର୍ବୁତ୍ତମାନେ ପୁନର୍ବାର ଯଶୋବନ୍ତଙ୍କୁ ମରଣାନ୍ତଙ୍କ ଆକ୍ରମଣ କରି ତାଙ୍କ ଠାରୁ ଏକ ସାଧା କାଗଜରେ ଦସ୍ତଖତ କରେଇ ନେଇଥିବା ଯଶୋବନ୍ତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।


