ସଡକ ଦୁର୍ଘଟଣାରେ ମାରୁତି ଗାଡି ଓ ଦୁଇ ବାଇକ କ୍ଷତିଗ୍ରସ୍ତ

ବୁଗୁଡ଼ା, (ଅନିଲ କୁମାର ମହାରଣା) :  ବୁଗୁଡା ଥାନା, ବାଲିପଦର ଫାଣ୍ଡି ଅନ୍ତର୍ଗତ ଡେଙ୍ଗାପଦର ଛକ ନିକଟରେ ଏକ ମାରୁତି ୱାଗନ ଓଡ଼ି ୦୨ ଏଚ ୫୪୬୦ ଗାଡି ଭାରସାମ୍ୟ ହରାଇ ଦୁଇଟି ବାଇକ ଉପରେ ଚଢିଯିବାରୁ ମାରୁତି ଗାଡି ସହ ଦୁଇ ବାଇକ କ୍ଷତିଗ୍ରସ୍ତ ହୋଇଥିବା ବେଳେ କୌଣସି ବ୍ୟକ୍ତିଙ୍କ କିଛି କ୍ଷତି ହୋଇନଥିବା ବାଲିପଦର ଫାଣ୍ଡି ଓଆଇସି ପୂର୍ଣ୍ଣଚନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି। ଘଟଣାରୁ ଜଣା ପଡ଼ିଛିଯେ ମାରୁତି ଗାଡିଟି ବାଲିପଦର ଦିଗରୁ ଭଞ୍ଜନଗର ଦିଗରେ ଯାଉଥିବା ବେଳେ ଡେଙ୍ଗାପଦର ଛକ ନିକଟରେ ହଠାତ ଏକ ଗାଈ ଗାଡିର ବାମ କଡରୁ ଗାଡି ଆଗକୁ ଚାଲିଆସିରୁ ଗାଈକୁ ରକ୍ଷା କରିବାକୁ ଯାଇ ଗାଡି ଡାହାଣ କଡ଼ରେ ଥିବା ଦୁଇ ବାଇକ ଉପରେ ଚଢିଯାଇଥିଲା। ସୌଭାଗ୍ୟ, ମାରୁତି ଗାଡ଼ିରେ ବସିଥିବା କୌଣସି ବ୍ୟକ୍ତିଙ୍କ କିଛି ଆଘାତ ହୋଇନାହିଁ। ଏହି ଦୁର୍ଘଟଣାରେ ମାରୁତି ଗାଡିର ସମ୍ମୁଖ ଭାଗ ସହ ଦୁଇ ବାଇକ କ୍ଷତି ଗ୍ରସ୍ତ ହୋଇଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ