ନାଟ୍ୟକଥାରେ ପାରଳା ର ନାଟ୍ୟଶ୍ରି ଦେବେନ୍ଦ୍ର ଦାସ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ଓଡ଼ିଶା ର ବିଶିଷ୍ଟ ନାଟ୍ୟ ସଂଗଠନ ଢେଙ୍କାନାଳ ର ଅଲ୍ଟର୍ନେଟିଭ ରିଦମ ଥିଏଟର ଦ୍ଵାରା ଆୟୋଜିତ ନାଟ୍ୟକଥା ରେ ପାରଳାଖେମୁଣ୍ଡିର ବରିଷ୍ଟ ନାଟ୍ୟ ନିର୍ଦ୍ଧେଶକ ନାଟ୍ୟଶ୍ରୀ ଦେବେନ୍ଦ୍ର ଦାସ ଯୋଗ ଦେଇଥିଲେ, ନାଟ୍ୟକଥା ଦୀର୍ଘ ଏକ ବର୍ଷ ଧରିହେଉଛି, ଏଥିରେ ଅନଲାଇନ ମାଧ୍ୟମ ରେ ଓଡ଼ିଶା ର ବହୁ ବରିଷ୍ଟ ନାଟ୍ୟକାର ଓ ମଞ୍ଚ ନିର୍ଦ୍ଧେଶକ ଯୋଗ୍ ଦେଈ ନିଜର ମତାମତ ରଖନ୍ତି, ୫୫ ତମ କାର୍ଯ୍ୟକ୍ରମ ରେ ପାରଳାଖେମୁଣ୍ଡିର ପ୍ରଗତିଶୀଳ ନାଟ୍ୟ ଅନୁଷ୍ଠାନ ତରଙ୍ଗ ରଙ୍ଗ ର ସଭାପତି ତଥା ବରିଷ୍ଠ ନାଟ୍ୟକାର ତଥା ନିର୍ଦେଶକ ଦେବେନ୍ଦ୍ର ଦାସ ଯୋଗ ଦେଇ ପାରଳାଖେମୁଣ୍ଡିରେ ନାଟକ ର ବର୍ତ୍ତମାନ ସ୍ଥିତି ଓ ସମସ୍ୟା ଉପସ୍ଥାପନା କରିବା ସହ ଓଡ଼ିଶା ର ପ୍ରଥମ ଓଡ଼ିଆ ନାଟକ ଗୋପୀନାଥ ବଲଭ ଓ ପ୍ରଥମ ନାଟ୍ୟକାର ରଘୁନାଥ ପରିଛା, ଓ ଓଡ଼ିଶାର ପ୍ରଥମ ରଙ୍ଗମଞ୍ଚ ପଦ୍ମନାଭ ରଙ୍ଗାଳୟ, ଏ ସବୁ ଅବଦାନ କେବଳ ପାରଳାଖେମୁଣ୍ଡି ହିଁ ଦେଇଛି ବୋଲି ଦାବୀ ଦୋହରାଇ ଥିଲେ, ନାଟ୍ୟକଥା ରେ ଓଡ଼ିଶା ର ବିଭିନ୍ନ ପ୍ରାନ୍ତରୁ ନାଟୁଆ ମାନେ ଯୋଗ ଦେଇ ନିଜର ଅନୁଭୂତି ଓ ଅଭିଜ୍ଞତା କୁ ପ୍ରକାଶ କରନ୍ତି, ଯାହା କୌଣସି ପୁସ୍ତକ ରେ ନଥାଏ କିନ୍ତୁ ଏହି କଥା ଆଗମୀ ପିଢ଼ି ର କଳାକାର ଙ୍କୁ ଅନେକ ପ୍ରେରଣା ଯୋଗାଇଥାଏ, ଢେଙ୍କାନାଳ ର ବିଶିଷ୍ଟ ମଞ୍ଚ ନିର୍ଦ୍ଧେଶକ ତଥା ଅଲ୍ଟର୍ନେଟିଭ ରିଦମ ଥିଏଟର ନାଟ୍ୟ ସଂଗଠନ ର ସମ୍ପାଦକ ଦିନେଶ ଦାସ ଦୀର୍ଘ ଏକ ବର୍ଷ ଧରି ପ୍ରତି ସପ୍ତାହ ରେ ଏହି ଅନଲାଇନ୍ ନାଟ୍ୟ ଆଲୋଚନା କାର୍ଯ୍ୟକ୍ରମ ଅୟୋଜନ କରୁଥିବା ବେଳେ ୫୫ ତମ କାର୍ଯ୍ୟକ୍ରମ ରେ ପାରଳାଖେମୁଣ୍ଡିରୁ ଦେବେନ୍ଦ୍ର ଦାସ ଯୋଗ ଦେଇ ନିଜର ସୁଚିନ୍ତିତ ମତାମତ ସହ ନାଟ୍ୟ ଅନୁଭୂତି ଉପସ୍ଥାପନା କରିଥିବା ବେଳେ, ଉପାନ୍ତ ଅଞ୍ଚଳରେ ଦୀର୍ଘ ବର୍ଷ ଧରି ଓଡ଼ିଆ ନାଟ୍ୟ ପରମ୍ପରା ବଜାୟ ରଖିଥିବା ଯୋଗୁଁ ସ୍ଥାନୀୟ କ୍ରିଏଟିଭ ଆର୍ଟସ ଓ ତରଙ୍ଗ ରଙ୍ଗ ନାଟ୍ୟ ଅନୁଷ୍ଠାନ ର କଳାକାର ମାନଙ୍କୁ ଆଲୋଚନ ର ଆୟୋଜକ ଦିନେଶ ଦାସ ଭୂୟଶୀ ପ୍ରଶଂସା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ