ସାଂସଦଙ୍କ ଅଶାଳୀନ ବ୍ୟବହାରକୁ ସାମ୍ବାଦିକ ସଙ୍ଘର ତୀବ୍ର ନିନ୍ଦା

କେନ୍ଦ୍ରାପଡା , (ଯୁଗାଦ୍ଦ ନ୍ୟୁଜ) : କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ଦ୍ୱାରା ଓଟିଭିର ସାମ୍ବାଦିକ ମନୋଜ କୁମାର ସ୍ୱାଇଁଙ୍କୁ ଅଶାଳୀନ ବ୍ୟବହାରକୁ ତୀବ୍ର ନିନ୍ଦା କରିଛି କେନ୍ଦ୍ରାପଡା ଜିଲ୍ଲା ସାମ୍ବାଦିକ ସଙ୍ଘ । ଏକ ପ୍ରେସ ଇସ୍ତାହାରରେ କେନ୍ଦ୍ରାପଡା ଜିଲ୍ଲା ସାମ୍ବାଦିକ ସଙ୍ଘ ସଭାପତି ଅକ୍ଷୟ ବିଶ୍ୱାଳ, ଉପସଭାପତି ରାଜେଶ ବେହେରା, ଅବନୀମୋହନ ଦାସ, ସାଧାରଣ ସମ୍ପାଦକ ଚିତରଞ୍ଜନ ସାହୁ, କୋଷାଧ୍ୟକ୍ଷ ଚିତରଞ୍ଜନ ଦାସ, ଅନୀଲ ଚୈାଧୁରୀ, ସନ୍ତୋଷ କୁମାର କର, ପ୍ରଦୀପ କୁମାର ସାହୁ, ସଚିଦାନନ୍ଦ ବେହେରା, ସରୋଜ ଦିକ୍ଷୀତ, ମହେନ୍ଦ୍ର ମିଶ୍ର, ମୃତ୍ୟୁଞ୍ଜୟ ତ୍ରିପାଠୀ, ବିଜୟ କୁମାର ଦାସ, ରବିନ କୁମାର ଦାସ, ରବିନାରାୟଣ ପତି, ଜଗଦିଶ ପତି, ସାବିର ଖାନ ପ୍ରମୁଖ ଏହାର ତୀବ୍ର ନିନ୍ଦା କରିବା ସହିତ ଏହି ଘଟଣାର ବିଧବଦ୍ଧ ତଦନ୍ତ ପୂର୍ବକ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରାଯାଇଛି । କେନ୍ଦ୍ରାପଡା ସାଂସଦ ଶ୍ରୀ ମହାନ୍ତିଙ୍କ ଏପରି ଆଚରଣ ଓ ଉଚ୍ଚାରଣ ଜିଲ୍ଲାର ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ମର୍ମାହତ କରିଛି । ଗଣମାଧ୍ୟମକୁ ସାଂସଦଙ୍କ ଏପରି ତାତ୍ସଲ୍ୟକର ମନ୍ତବ୍ୟକୁ ଜିଲ୍ଲାର ସାମ୍ବାଦିକମାନେ ଦୃଢ ନିନ୍ଦା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ