ଉଦଘାଟିତ ହେଲା ସ୍ମାର୍ଟ କ୍ଳାସ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ବ୍ଳକର ବଡକୋଦଣ୍ଡା ଜବାହାର ଉଚ୍ଚ ବିଦ୍ୟାଳୟ,ବ୍ରାହ୍ମଣପଦର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ତଥା ଜିଲୁଣ୍ଡି ପଲ୍ଲୀ ମଳାସ ପଦର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ସ୍ମାର୍ଟ କ୍ଳାସ ର ଉଦଘାଟନ ହୋଇଯାଇଛି ା ଏଥିନିମିତ୍ତ ଆୟୋଜିତ ଭରଚୁଆଲ ମିଟିଂରେ ଏହି ବିଦ୍ୟାଳୟର ଷ୍ଟାଫ ଙ୍କ ସମେତ ଅତିଥି ରୂପେ ଭଞ୍ଜନଗର ବି.ଡି.ଓ ଅନିଲ କୁମାର ସେଠୀ, ବି.ଇ.ଓ ଏସ ଧନଞ୍ଜୟ ପ୍ରମୁଖ ଉପସ୍ଥିତ ଥିଲେ ା ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ସମେତ କିଛି ଅଭିଭାବକ ମଧ୍ୟ ଏହି ଭରତୁଆଲ ମିଟିଂରେ ଉପସ୍ଥିତ ଥିଲେ ା ଜିଲ୍ଲା ସ୍ତରରେ ଏହି ମିଟିଂ ହେବା ସମେତ ଏହାକୁ ରାଜ୍ୟର ମୁଖ୍ୟ ମନ୍ତ୍ରୀ ଉଦଘାଟନ କରିଥିଲେ ା ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ରେ ସଂପ୍ରତି ବିଭିନ୍ନ ହାଇସ୍କୁଲ ଟ୍ରାନଫରମେସନ ଜାରି ରହିଥିବା ବେଳେ ଆଜି ଭଞ୍ଜନଗରର ଏହି ବିଦ୍ୟାଳୟ ଗୁଡିକରେ ସ୍ମାଟ କ୍ଳାସର ଶୁଭାରମ୍ଭ ହୋଇଥିବାରୁ ,ଛାତ୍ର ଛାତ୍ରୀ,ଶିକ୍ଷକ ଶିକ୍ଷୟିତ୍ରୀ,ଶିକ୍ଷାବିତ, ଅଭିଭାବକ ମହଲରେ ଖୁସିର ଲହରୀ ଖେଳିଯାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ