କେନ୍ଦ୍ର ଗୃହମନ୍ତ୍ରୀଙ୍କ ଠାରୁ ଶ୍ରେଷ୍ଠ ଥାନା ଟ୍ରଫି ଗ୍ରହଣ କଲେ ଗାଙ୍ଗପୁର ଥାନା ଅଧିକାରୀ ଧିରେଶ୍ ଦାଶ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଓଡ଼ିଶା ପାଇଁ ଗୌରବର ଟ୍ରଫି ହାସଲ କରିଛନ୍ତି ଗାଙ୍ଗପୁର ଥାନା ଅଧିକାରୀ ଧିରେଶ୍ କୁମାର ଦାଶ୍ I ଭାରତର ଦ୍ୱିତୀୟ ସର୍ବଶ୍ରେଷ୍ଠ ଥାନାର ମାନ୍ୟତା ପାଇବା ପରେ ଆଜି ଉତ୍ତରପ୍ରଦେଶ ଲକ୍ଷ୍ନୌ ଠାରେ ସମ୍ମାନଜନକ ପୁରସ୍କାର ଗ୍ରହଣ କରିଛନ୍ତି ଗାଙ୍ଗପୁର ଥାନା ଅଧିକାରୀ ଧିରେଶ୍ ଦାଶ I ପୂର୍ବ ସୂଚନା ପ୍ରକାରେ ଗାଙ୍ଗପୁର ଆଇଆଇସି ଶ୍ରୀ ଦାଶ ଗତ ୧୭ ତାରିଖରେ ଲକ୍ଷ୍ନୌ ଠାରେ ପହଞ୍ଚି ଟ୍ରଫି ଗ୍ରହଣ ପରେଡ୍ ଅଭ୍ୟାସରେ ଅଂଶଗ୍ରହଣ କରିଥିବା ବେଳେ ଆଜି ଲକ୍ଷ୍ନୌ ସ୍ଥିତ ପୋଲିସ୍ ମୁଖ୍ୟାଳୟରେ ଅପରାହ୍ଣ ଦୁଇ ଘଣ୍ଟରୁ ଚାରି ଘଣ୍ଟ ତିରିଶ୍ ମିନଟ୍ ସମୟ ମଧ୍ୟରେ ଆୟୋଜିତ ଡିଜିପି ଏବଂ ଆଇଜିପି ସମ୍ମିଳନୀରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କଠାରୁ ଟ୍ରଫି ଗ୍ରହଣ କରିଛନ୍ତି ଥାନା ଅଧିକାରୀ ଶ୍ରୀ ଦାଶ I ଏହି ପୁରସ୍କାର ଗ୍ରହଣ ଉତ୍ସବରେ ଅଜୟ ମିଶ୍ର, ଆଇବି ନିର୍ଦ୍ଦେଶକ,କେନ୍ଦ୍ର ଗୃହ ସଚିବ, ସୁନିଲ୍ ବନସଲ୍,ଆଇବି ଯୁଗ୍ମ ନିର୍ଦ୍ଦେଶକଙ୍କ ସମେତ ଓଡିଶାରୁ ଡିଜିପି ଡା ଅଭୟ ଉପସ୍ଥିତ ଥିଲେ I ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ୍ ରାୟ I ଏହି ପୁରସ୍କାର ପାଇବା ପରେ ଶ୍ରୀ ଦାଶଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ