ଅନ୍ଧବିଶ୍ୱାସର ପରିପୂରକ ବାର୍ତ୍ତା ‘ବିଶ୍ୱାସ’

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଧୁନିକ ସମାଜ ବିଦ୍ୟା ଓ ବିଜ୍ଞାନ ବଳରେ ଆଗକୁ ଯେତିକି ବଢୁଛି, ମଣିଷ ଦିନକୁ ଦିନ ଅନ୍ଧବିଶ୍ୱାସର ଅନ୍ଧଗଳିରେ ସେତିକି ଦିଗହରା ହୋଇଯାଉଛି । ଯୁକ୍ତି, ପ୍ରମାଣ ଅଥବା କାରଣକୁ ଅଣଦେଖା କରି ଯୁଗ ଯୁଗ ଧରି ତା’ମନକୁ କାବୁ କରି ରଖୁଥିବା ଅନ୍ଧବିଶ୍ୱାସର ଚକ୍ରବ୍ୟୁହ ଭିତରେ ସେ ନିଜକୁ ଅସହାୟ ମନେ କରୁଛି । ପ୍ରତ୍ୟେକ ମଣିଷ ହୃଦୟରେ ସଚେତନତାର ଦୀପକୁ ଜାଳିବା ପାଇଁ ଏହି ଚଳଚ୍ଚିତ୍ର ମାଧ୍ୟମରେ ପ୍ରୟାସ କରାଯାଇଛି । ଏହି ଚଳଚ୍ଚିତ୍ରର ସମସ୍ତ ଦୃଶ୍ୟ ଓ ଏଥିରେ ଥିବା ୫ଟି ଗୀତ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ମୟୁରଭଞ୍ଜ, ପୁରୀ ଓ ମନ୍ଦିରମାଳିନୀ ଭୁବନେଶ୍ୱରରେ ସୁଟିଂ କରାଯାଇଛି । କଣ୍ଠଶିଳ୍ପୀ ଶିବ ରଥ, ଇରା ମହାନ୍ତି ଏବଂ ବିଷ୍ଣୁମୋହନ କବିଙ୍କ ସୁଲିଳିତ କଣ୍ଠଦାନ ଗୀତଗୁଡ଼ିକୁ ସୁମଧୁର କରିଛି । ଏହାର କ୍ରିଏଟିଭ ହେଡ୍ ବିଭୂଦତ୍ତ ପାଣିଗ୍ରାହୀ, ବ୍ୟବସ୍ଥାପକ ଦିବ୍ୟରଞ୍ଜନ ରଥ, ପରିଚାଳକ ସୁଧୀର ମହାନ୍ତି, ସଂଗ୍ରାମ ଭଞ୍ଜଦେଓ, ମୁଖ୍ୟ ସହାୟକ ନିର୍ଦ୍ଦେଶକ ସୁଧାଂଶୁ ଶେଖର ମଲିକ, ଚିତ୍ରୋତ୍ତଳନ ଏସ୍‌. ରଞ୍ଜନ ଓ ସାଉଣ୍ଡ ଡ଼ିଜାଇନର ତଥା ଏଡ଼ିଟର ଜ୍ୟୋତିପ୍ରକାଶ ମହାନାଙ୍କ ସହଯୋଗ ରହିଛି । ସୁଧନ୍ୟା କ୍ରିଏଟିଭ୍‌ର ପ୍ରଥମ ଅବଦାନ ତଥା ଚିନ୍ମୟ ଦାସ ପଟ୍ଟନାୟକଙ୍କ ଚରିତ ଓ ନିର୍ଦ୍ଦେଶିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ବିଶ୍ୱାସ’ ଦ ଲାଇଟ୍ ଓଭର ଡାର୍କନେସ୍ ମୁକ୍ତିଲାଭ କରିବାକୁ ଯାଉଛି ଯାହା ଚଳଚ୍ଚିତ୍ରପ୍ରେମୀ, ସୁସାହିତ୍ୟିକ ତଥା ପ୍ରଯୋଜକ ଡଃ ବିବେକାନନ୍ଦ ପାଣିଗ୍ରାହୀ ଦର୍ଶକଙ୍କ ମାନସପଟରେ ଏକ ଅଦ୍ଭୁତ ପରିବର୍ତ୍ତନ ଆଣିବ ବୋଲି ବିଶ୍ୱାସ ରଖିଛନ୍ତି । କାହାଣୀରେ ମୁଖ୍ୟ ଚରିତ୍ର ନବାଗତା ସାହିଲ ମିଶ୍ର (ଗୁଡ଼ୀ)ଙ୍କ ସହ ଏଥିରେ ସୁଜୟ ମହାନ୍ତି, ଅରୁଣ ମହାନ୍ତ, ଡଃ ବିଶ୍ୱଜିତ ଦାସ, ତାପସ ପଣ୍ଡା, ସୁଧୀର ମହାନ୍ତି, ଗୋକୁଳଚନ୍ଦ୍ର ଦାସ, ସଂଗ୍ରାମ ଭଞ୍ଜଦେଓ, ମଙ୍ଗଳ ବେସ୍ରା, ସନ୍ତୋଷ ମହାନ୍ତି, ଶିବ ବାରିକ, ନବନୀତ ମହାନ୍ତି, ଛୋଟେଲାଲ ମହାନ୍ତ, ରାମଚନ୍ଦ୍ର ମହାପାତ୍ର, ଶ୍ରୀନିବାସ ଭଞ୍ଜ, ଲମ୍ବୋଦର ସିଂ, ସୁଜିତ ନାଥ, ଜୀବନ ସାହୁ, ପୂର୍ଣ୍ଣଚନ୍ଦ୍ର ବିନ୍ଧାଣୀ, ସାଗରିକା ଦାସ, ଦର୍ଶନା ଭଞ୍ଜଦେଓ, ଅର୍ପିତା ଦାସ, ରେସଲି ପାତ୍ର, ପ୍ରକାଶନୀ ମିଶ୍ର, ଶ୍ରେଷ୍ଠ ବିଶ୍ୱାଳ, ଅର୍ଣ୍ଣବ ନନ୍ଦ ଓ ଆୟୁଷ ରଞ୍ଜନ ପ୍ରମୁଖ ଭିନ୍ନ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ଏହି ଚଳଚ୍ଚିତ୍ରଟି ଚଳିତ ନଭେମ୍ବର ମାସର ଶେଷଭାଗରେ ଓଡ଼ିଶାର ବିଭିନ୍ନ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ