ପୁରୁଣାଘାଟୀ ତରଫରୁ ଷୋହଳ ପ୍ରହର ସଂକୀର୍ତ୍ତନ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ପୁରୁଣାଘାଟୀ ନବଦ୍ୱୀପ ସଂକୀର୍ତ୍ତନ କମିଟି ତରଫରୁ ୧୮ତମ ଷୋହଳ ପ୍ରହର ସଂକୀର୍ତ୍ତନ ଅନୁଷ୍ଠିତ ହୋଇଯାଇଛି । ୧୬ ତାରିଖରୁ ଆରମ୍ଭ ହୋଇ ଅହରାତ୍ର ଷୋହଳ ପ୍ରହର ନାମ ସଂକୀର୍ତ୍ତନ ୧୯ ତାରିଖ ପର୍ଯ୍ୟନ୍ତ ହୋଇ ଉଦଯାପିତ ହୋଇଥିଲା ।ଏହି ନାମ ସଂକୀର୍ତନରେ ରାଇରଙ୍ଗପୁର ଆଖପାଖ ୫ଟି ପ୍ରଷିଦ୍ଧ ନାମ ସଂକୀର୍ତ୍ତନ ଦଳ (ଧଳାଡିହି, ତିଖିଆ, ଷୁଣ୍ଢଳ, ସରଗଡା ଏବଂ ଗୋହଳମୁଣ୍ଡା ) ନିଜର ସଂକୀର୍ତ୍ତନ କଳା ପରିବେଷଣ କରି ଦର୍ଶକଙ୍କୁ ବାନ୍ଧି ରଖିଥିଲେ । କମିଟି ତରଫରୁ ସବୁଦିନ ପ୍ରସାଦ ବଣ୍ଟନ କରାଯାଇଥିଲା । ଅଂଚଳରେ ଆଧ୍ୟାତ୍ମିକ ପରିବେଶ ହୋଇଥିଲା । କରୋନା ମହାମାରୀ ଯୋଗୁଁ ଦିର୍ଘ ଦେଢ ବର୍ଷ ହେଲା ଲୋକେ ଆଧ୍ୟାତ୍ମିକ ସେବାରୁ ବଂଚିତ ହୋଇଥିଲେ । ଯାହାବି ହେଉ ଦିର୍ଘ ଦେଢ ବର୍ଷ ପରେ ଭକ୍ତ ଶ୍ରଦ୍ଧାଳୁ ମୁକ୍ତ ମଂଚରେ ଵସି ନାମ ସଂକୀର୍ତନ ଶ୍ରବଣ ସହ ନିତାଇ ଗୌରଙ୍କ ଆଶୀର୍ବାଦ ନେଇଥିଲେ । କାର୍ଯ୍ୟକ୍ରମକୁ ସଭାପତି ରଘୁନାଥ ଦାସ,ସଂପାଦକ ଗିରିଜା ଶଙ୍କର ମହାନ୍ତ, ଉପସଭାପତି-ଦିପ୍ତୀମାନ ବଳ, କୋଷାଧ୍ୟକ୍ଷ ଶିବାଶୀଷ ସାହୁ, ସହ ସଂପାଦକ ଜ୍ୟୋତିର୍ମାନ ବଳ,ରାଜଶ ମହାନ୍ମ, ସୁଧାଂଶୁ ଶେଖର ମହାନ୍ତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ପଡବାସୀଙ୍କ ସମସ୍ତ ସାହାର୍ଯ୍ୟ ସହଯୋଗ ପାଇଁ କମିଟି ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।


