ରାଇରଙ୍ଗପୁରରେ କାର୍ତିକେଶ୍ୱର ପୂଜା ଅନୁଷ୍ଠିତ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ଜଗନ୍ନାଥ ମନ୍ଦିର ସନ୍ନିକଟ ଛକରେ ପ୍ରତିଵର୍ଷ ଭଳି ଚଳିତ ବର୍ଷ କୋଭିଡ ଗାଇଡ୍ ଲାଇନ୍ ମଧ୍ୟରେ କାର୍ତିକେଶ୍ୱର ପୂଜା ଅନୁଷ୍ଠିତ ହୋଇଯାଇଛି । ପୂର୍ଣିମା ଦିନ ଶ୍ରଦ୍ଧାଳୁବୃନ୍ଦ ଖଡଖାଈ ନଦୀରେ ଡଙ୍ଗା ଭଷାଇ କାର୍ତିକେଶ୍ୱର ବାବାଙ୍କ ପାଖରେ ପୂଜାର୍ଚନା କରିଥିଲେ । ବହୁ ସଂଖ୍ୟାରେ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଥିଲା । କମିଟି ତରଫରୁ ଶ୍ରଦ୍ଧାଳୁଙ୍କୁ କରୋନା ପାଇଁ ଶ୍ରଦ୍ଧାଳୁଙ୍କୁ ଗହଳି ନ କରି ନୀତି ନିୟମରେ କାର୍ତ୍ତିକେଶ୍ୱରଙ୍କ ପୂଜା କରିବା ପାଇଁ ସଚେତନ କରାଉଥିଲେ ।


