କଂଗ୍ରେସର ଜନ ଜାଗରଣ ଅଭିଯାନ ଆରମ୍ଭ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ଆଗାମୀ ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି, ସେତିକି ତତ୍ପର ହୋଇ ଉଠୁଛନ୍ତି ରାଜନୈତିକ ଦଳ । ଶୁକ୍ରବାର ଭାରତର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ୧୦୪ଙ୍କ ଜନ୍ମଦିବସ । ଏହି ଅବସରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ମାରଣ ନୀତି ଓ ଦରଦାମ ବୃଦ୍ଧି ବିରୋଧରେ ଅଖିଳ ଭାରତୀୟ କଂଗ୍ରେସର ଆହ୍ୱାନ ଓ ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ତୃଣମୂଳ ସ୍ତରରେ ଲୋକଙ୍କ ମଧ୍ୟରେ ଜନଜାଗରଣ ଅଭିଯାନ ପାଇଁ ଶୁକ୍ରବାରଠାରୁ କନ୍ଧମାଳ ଜିଲ୍ଲା କଂଗ୍ରେସ ତରଫରୁ ଏକ ସଭା ଓ ଜନଜାଗରଣ ପଦଯାତ୍ରା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ସିଆଙ୍ଗବାଲି ହାଇସ୍କୁଲ ନିକଟସ୍ଥ ପଡିଆରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଅନାମ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସଭାରେ ଇନ୍ଦିରା ଗାନ୍ଧୀଙ୍କ ଫଟୋଚିତ୍ରରେ ଦୀପ, ଧୂପ ପ୍ରଜ୍ଜଳନ କରି ପୁଷ୍ପ ମାଲ୍ୟାର୍ପଣ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧକ୍ଷା ରୁଦା ମଲ୍ଲିକ ବ୍ଲକ ଉପାଧ୍ୟକ୍ଷ ରମାକାନ୍ତ ବଳିଆର ସିଂ, ବ୍ଲକ ସଭାପତି ପ୍ରଦୀପ ନାୟକ, ଜିଲ୍ଲା ଛାତ୍ର ସଭାପତି ଅନୁପମ କହଁର, ୧୦ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ସନ୍ଧ୍ୟାରଣୀ ପ୍ରଧାନ ୧୧ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ଦୀପିକା ମାଝୀ ପୂର୍ବତନ ବ୍ଲକ ଅଧ୍ୟକ୍ଷା ବିଳାସିନୀ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ନାୟକ ନିଜ ଅଭିଭାଷଣରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ବିରୋଧୀ କାର୍ଯ୍ୟକଳାପରେ କହିଥିଲେ । ରାଜ୍ୟ ସରକାର ସମ୍ପୂର୍ଣ୍ଣ ଦୁର୍ନୀତିରେ ଉବୁଟୁବୁ ହେଉଛନ୍ତି । ନେତା ମନ୍ତ୍ରୀ ମାନେ ହତ୍ୟା ମାମଲାରେ ଜଡ଼ିତ ରହୁଛନ୍ତି,ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଦଳରୁ ବହିଷ୍କାର କରିବା ପରିବର୍ତ୍ତେ ଘଣ୍ଟ ଘୋଡେଇ ରଖୁଛନ୍ତି । ରାଜ୍ୟରେ ମହିଳାମାନେ ସୁରକ୍ଷିତ ନୁହନ୍ତି । ମମିତା ମେହେର ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ନେଇ ରାଜ୍ୟ ସାରା ବିରୋଧୀ ଦଳ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ପରେ ମଧ୍ୟ ରାଜ୍ୟ ସରକାର ଦିବ୍ୟଶଙ୍କରଙ୍କୁ ଗ୍ଲେହା ପୁଅ କରି ରଖିଛନ୍ତି । ଏହି ଅବସରରେ ଶତାଧିକ କଂଗ୍ରେସ କର୍ମୀଙ୍କୁ ନେଇ ଏକ ପଦଯାତ୍ରା ଦାରିଙ୍ଗବାଡି ଶିବ ମନ୍ଦିର ଛକ ଠାରୁ ତିନିଛକ ଚାରିଛକ ଦେଇ ଦାରିଙ୍ଗବାଡ଼ି ବଜାର ପରିକ୍ରମା କରି ଲୋକଙ୍କୁ ସଚେତନ କରେଇଥିଲେ । ପଦଯାତ୍ରା ସମୟରେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅନୁପମ କହଁର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୨୨ ତାରିଖରେ କନ୍ଧମାଳ ଜିଲ୍ଲା ଗସ୍ତକୁ ବିରୋଧ କରାଯିବ ଏବଂ ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ନେତା ମନ୍ତ୍ରୀଙ୍କୁ ଅଣ୍ଡାମାଡ଼ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଏହି କାର୍ଯ୍ୟକ୍ରମକୁ ଯୁବ କଂଗ୍ରେସ କର୍ମୀ ରଞ୍ଜନ କୁମାର ସିଂ ପରିଚାଳନା କରିଥିବା ବେଳେ ଶତାଧିକ କର୍ମୀ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ