ବାସୁଦେବ ଙ୍କୁ ସହାୟତାର ହାତ ବଢାଇଲେ ଉପ ଜିଲ୍ଲାପାଳ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଅସହାୟ ରୋଗ ରେ ପୀଡ଼ିତ ବାସୁଦେବ ଙ୍କ ପାଖରେ ପହଞ୍ଚିଲେ ବ୍ରହ୍ମପୁର ଉପ ଜିଲ୍ଲାପାଳ ଭି କୀର୍ତ୍ତି ଭସନ୍ ସଂକ୍ରମିତ ବାସହରା ବାସୁଦେବ ଙ୍କୁ ଆର୍ଥିକ ସହାୟତା ସହ ବାସଗୃହ ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। ଆଖିରେ ଆଖିଏ ଲୁହ, ନିଜର କୋହ କୁ ସମ୍ଭାଳିବା ବି କଷ୍ଟ, ଯିଏ ବି ପଚାରୁଛି ପୁଅ କିପରି ଅଛି କାନ୍ଦି ଦୁଃଖ କହୁଥିବା ଏହି ମହିଳା ଜଣକ ହେଉଛନ୍ତି ଗଞ୍ଜାମ ଜ଼ିଲ୍ଲା ସାନ ଖେମୁଣ୍ଡି ବ୍ଲକ ଧର୍ମରାୟପୁର ଗାଁ ର କୁମାରୀ ଦାସ l କୁମାରି ଙ୍କ ପରିବାର କହିଲେ ସ୍ୱାମୀ,ଚାରି ଝିଅ ଓ ଦୁଇ ପୁଅ ଥିଲେ, ଘର ବି ଥିଲା, ଖଟିଲେ ପରିବାର ଚଳେ ।ସମୟ ର ତାଡନା ରେ ସ୍ୱାମୀ ଚାଲିଗଲେ, ସବୁ ଝିଅ ଙ୍କୁ ବିବାହ କରାଇଲେ, ବାକି ବହୁତ ହୋଇଗଲେ ତେଣୁ ସାନ ପୁଅ ବାସୁଦେବ ୨୦୦୩ ମସିହାରେ ମାଟ୍ରିକ ପାସ କରିବା ପରେ ଗୁଜୁରାଟ ର ସୁରତ କୁ ଚାଲିଗଲେ ଜୀବିକା ନିର୍ବାହ କରିବା ପାଇଁ, ଏପଟେ ବାକି ସୁଝି ନ ପାରି ଘର ବିକିଦେଲେ କୁମାରୀ ବାସୁଦେବ ଅସୁସ୍ଥ ହେବା ପରେ ତିନି ବର୍ଷ ତଳେ ସୁରଟ ରୁ ଗାଁ କୁ ଚାଲିଆସିଲା, ମେଡିକାଲ କୁ ଦେଖାଇବା ପରେ କହିଲେ ରୋଗ ଗ୍ରାସ ହୋଇଛି। ଚାଲିବା କଷ୍ଟ ହେଲା ହାତ ଧରି ଯିଏ ବାହା ହୋଇଥିଲା ସିଏ ବି ଚାଲିଗଲା ତାର ବାପା ଘର ଗାଁ ଏରେଣ୍ଡ୍ରା କୁ ଏହା ପରଠାରୁ ବାସୁଦେବ ବୋଝ ହୋଇଯାଇଛି ବିଧବା ମାଆ ର,ଯାହା କଷ୍ଟ ହେଲେ ବି ପୁଅ କୁ ନେଇ ସେବା କରୁଛି ଅଝଟ ହୋଇ ପଡୁଥିବା ପୁଅ କୁ ବୁଝାଉଛି, ତେବେ ନିଜ ଘର ବିକ୍ରି କରିଦେବା ପରେ ଅନ୍ୟ ଘର ର ବାରଣ୍ଡା ପାଲଟିଯାଇଛି ଆଶ୍ରୟସ୍ଥଳୀ, ବାସୁଦେବ ରୋଗ ଗ୍ରାସ କରିବା ପରେ ପାଗଳ ପ୍ରାୟ ହେଉଛି, କେତେବେଳେ ହସୁଛି ତ ‘ କେତେବେଳେ କାନ୍ଦୁଛି ।ବସି ରହିବା ଅପେକ୍ଷା ଛିଡା ହୋଇ ଚାରି ଦିଗକୁ ଚାହିଁ ରହୁଛି।ବାସୁଦେବ ର ଏହି ଅବସ୍ଥା କୁ ସାଙ୍ଗ ମାନେ ଓ ଗ୍ରାମବାସୀ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ।ସାଙ୍ଗ ମାନେ କହନ୍ତି ବାସୁଦେବ ଭଲ ପାଠ ପଢୁଥିଲା ପରିବାର ଚଳାଇବା ପାଇଁ ଗାଁ ଛାଡିଥିଲା କିନ୍ତୁ ଏବେ ଏମିତି ଅସୁବିଧା ଭଗବାନ କାହାକୁ ନ ଦିଅନ୍ତୁ।ବିଧବା ଭତ୍ତା ୫୦୦ ଟଙ୍କା ଓ ୫କେଜି ସରକାରୀ ଚାଉଳ ଛାଡିଲେ ଆଉ କିଛି ମିଳୁନାହିଁ ।ତେଣୁ ସରକାର ଙ୍କ ବହୁ ଯୋଜନା ରହିଛି ସେଥିରେ ସାମିଲ କରିବା ସହ ସରକାରୀ ଯୋଜନାରେ ବାସ ଗୃହ ଯୋଗାଇଲେ ରହିପାରିବେ ବୋଲି କହିଛନ୍ତି ଗ୍ରାମବାସୀ ସ୍ତ୍ରୀ ମଧ୍ୟ କହିଛି ଚାଲିବା ଆଉ ସମ୍ଭବ ନ ହେବାରୁ ନିଜ ଏରେଣ୍ଡ୍ରା ଗାଁ କୁ ଚାଲିଆସିଛନ୍ତି ବୋଲି କହିଛନ୍ତି ବସୁଦେବ ଙ୍କ ସ୍ତ୍ରୀ ।ଖବର ପାଇ ବ୍ରହ୍ମପୁର ଉପ ଜିଲ୍ଲାପାଳ ଙ୍କ ସମେତ ସାନଖେମୁଣ୍ଡି ତହସିଲଦାର ଡ଼ା ଶ୍ରୀନିବାସ ବେହେରା, ସାନଖେମୁଣ୍ଡି ଗୋଷ୍ଟୀ ଉନ୍ନ ୟନ୍ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକ ଅସହାୟ ବାସୁଦେବ ଙ୍କ ପାଖରେ ପହଞ୍ଚି ସରକାରୀ ଯୋଜନାରେ ଘର , ଚିକିତ୍ସା ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେବା ସହ ରେଡକ୍ରସ ପାଣ୍ଠି ରୁ ୫ ହଜାର ଟଙ୍କା ଆର୍ଥିକ ସହାୟତା ଦେଇଥିଲେ।


