ନାଉଗାଁରେ ଗୋଟିଏ ରୂପାନ୍ତରଣ ସ୍କୁଲ ଲୋକାର୍ପିତ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ସରକାରଙ୍କ ୫-ଟି ଅଭିଯାନରେ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ନାଉଗାଁ ବ୍ଲକସ୍ଥିତ ଅଲଣାହାଟ ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶନିବାର ଅପରାହ୍ନରେ ଲୋକାର୍ପିତ କରିଛନ୍ତି । ଏହି ରୂପାନ୍ତରଣ କାର୍ଯ୍ୟକ୍ରମରେ ବିଦ୍ୟାଳୟରେ ଏକାଧିକ ସ୍ମାର୍ଟ ଶ୍ରେଣୀଗୃହ, ଗୋଟିଏ ଲେଖାଁଏ ଇ-ପାଠାଗାର ଓ ସ୍ମାର୍ଟ ବିଜ୍ଞାନ ଗୃହ, କମ୍ପୁଟର ଲ୍ୟାବ ଓ ବିଦ୍ୟାଳୟ ପରିସରରେ ବିଭିନ୍ନ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଇଛି । ଉକ୍ତ ଲୋକାର୍ପଣ ଉତ୍ସବରେ ନାଉଗାଁ ବିଡିଓ ରଶ୍ମୀରେଖା ମଲ୍ଲିକ, ତହସିଲଦାର ଜେ.କଳ୍ପନା, ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସମେତ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ