ଗଞ୍ଜାମ ବ୍ଲକର ବର୍ଷା କ୍ଷୟକ୍ଷତିର ଅନୁଧ୍ୟାନ କଲେ ବ୍ରହ୍ମପୁର ସାଂସଦ ଓ ଛତ୍ରପୁର ବିଧାୟକ
ଗଂଜାମ, (ବିନୋଦ ପଲେଇ):ଚଳିତବର୍ଷ ଲଗାଣ ବର୍ଷାର ଗଂଜାମ ବ୍ଲକର ଧାନ ସମେତ ବହୁ ପନିପରିବା କ୍ଷତି ହୋଇଥିବା ଜଣାପଡିଛି ।ଏହାର ଅନୁଧ୍ୟାନ ପାଇଁ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଓ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ସୁବାଳୟା, ଝରେ ଡି -ରାଧାଗିବିନ୍ଦପୁର, ସାନରାମ ଚନ୍ଦ୍ରପୁର ପଞ୍ଚାୟତରେ ଲଗାଣ ବର୍ଷା ଯୋଗୁଁ ଲଗାଯାଇଥିବା ଫୁଲ କୋବି ଟମାଟ, ପିଆଜ, ବିଟ ,ଗାଜର, ପ୍ରଭୁତି ପନିପରିବା ଫସଲ କିପରି ଲଗାଣ ବର୍ଷାରେ ନଷ୍ଟ ହୋଇଥିବା ବୁଲି ଦେଖିଥିଲେ ।ପ୍ରଥମେ ମଠମୁକୁନ୍ଦପୁରରେ ପହଞ୍ଚିବା ପରେ ଗ୍ରାମବାସୀଙ୍କ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।ପରେ ନିର୍ମାଣ ଧିନ ଜଗନ୍ନାଥ ମନ୍ଦିର ପରିଦର୍ଶନ କରିବା ସହ ଝାରେଡି-ବିଛଣାପଲ୍ଲୀ ଗ୍ରାମର ବିଭିନ୍ନ ସମସ୍ୟା ଉପରେ ଲୋକଙ୍କ ସହ ଆଲୋଚନା କରିଥିଲେ ।ବିଞ୍ଚଣାପଲ୍ଲୀ -ଗୌରାଙ୍ଗ ପାଟଣା ପ୍ରଧାନମନ୍ତ୍ରୀ ସଡକ ଯୋଜନା ରାସ୍ତା ବର୍ଷାରେ କ୍ଷେୟକ୍ଷତିର ଆକଳନ କରିଥିଲେ । ଏହାପରେ ଗୌରାଙ୍ଗ ପାଟଣା ରାମେଶ୍ୱର ମନ୍ଦିରକୁ ଯାଇ ପରିଦର୍ଶନ ପରିଦର୍ଶନ କରିବା ସହିତ , ଉକ୍ତ ରାସ୍ତାର ଉନ୍ନତି କରଣ ପାଇଁ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ଏହାପରେ ମଧୁରଚୁଁ ଗ୍ରାମବାସୀ ସହ ଆଲୋଚନା କରି କ୍ଷୟକ୍ଷତି ଅଞ୍ଚଳ ବୁଲି ଦେଖିଥିଲେ । ଡିଆଁ ଡେ଼ଇଁ ଗ୍ରାମର ସଲର ସମସ୍ୟା ନେଇ ଶିକ୍ଷକ, ଅଭିଭାବକ ସହ ଆଲୋଚନା କରିଥିଲେ । ଏହାପରେ ବଟେଶ୍ୱର ପାର୍କ ପରିଦର୍ଶନ କରି ଗଞ୍ଜାମ ବ୍ଲକର କୃଷି ବିଭାଗ , ଉଦ୍ୟାନ ବିଭାଗ , ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରି ଗଞ୍ଜାମ ବ୍ଳକର ଲଗାଣ ବର୍ଷାରେ କ୍ଷୟକ୍ଷତି, ପନିପରିବା ,ଧାନ ଫସଲ ଆକଳନ କରି ରିପୋର୍ଟ ଦେବାକୁ ସାଂସଦ ସାହୁ, ବିଧାୟକ ବେହେରା ନିର୍ଦ୍ଦେଶ ଦେଇଥିଲେ । ଏହି ଗ୍ରସ୍ତ, ପରିଦର୍ଶନ ଓ ସମୀକ୍ଷା ବୈଠକରେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ତଥା ଜିଲ୍ଲା ବିଜେଡି ଉପସଭାପତି ସୁରଥ ପ୍ରଧାନ, ରଘୁନାଥ ସାହୁ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଆର. ଭାଗ୍ୟରେଡ୍ଡି, ଆତ୍ମର ଅଧ୍ୟକ୍ଷ ଚନ୍ଦ୍ର ଶେଖର ନାହାକ, ଜିଲ୍ଲା ଯୁବ ଉପସଭାପତି ଶିବ ସ୍ବାଇଁ, ବ୍ଲକ ଯୁବ ବିଜେଡି ସଭାପତି ଅନ୍ତର୍ଯ୍ୟାମୀ ବେହେରା, ସରପଞ୍ଚ ସନ୍ତୋଷ ରେଡ୍ଡୀ, ପ୍ରଭାତ ସେଠୀ, ସନ୍ତୋଷ ସେଠୀ, ନିରଞ୍ଜନ ରେଡ୍ଡି, ସମିତି ସଭ୍ୟ ଛାୟାକାନ୍ତ ପ୍ରଧାନ, ବରିଷ୍ଠ ବିଜେଡି ନେତା ବନାମ୍ବର ପଲେଇ,ରଙ୍କନିଧି ପ୍ରଧାନ, ଅମୁଲ୍ୟ ଦଳେଇ, କେଦାର ସ୍ବାଇଁ, କୃଷ୍ଣ ପ୍ରଧାନ, ବଟେଶ୍ୱର ମନ୍ଦିର କମିଟ ସଭାପତି ପିତାମ୍ବର ସ୍ବାଇଁ, ସମ୍ପାଦକ ରଞ୍ଜିତ ପଲେଇ, ବିଜେଡି ନେତା ବିଦ୍ୟାଧର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।


