କନ୍ଧମାଳ ଜିଲ୍ଲା ବିଜେପି ଉପ ସଭାପତିଙ୍କ ପିତୃ ବିୟୋଗ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ବାଲନ୍ଦାପଡା ବଣିଆ ସାହି ବାସିନ୍ଦା ତଥା ଜିଲ୍ଲା ବିଜେପି ଉପସଭାପତି ବିପିନ ବିହାରୀ ମହାପାତ୍ରଙ୍କ ପିତା ଡିଗ୍ରୀ ମହାପାତ୍ର କାର୍ତ୍ତିକ ପୂର୍ଣ୍ଣିମା ରାତିରେ ଛୟାନବେ ବର୍ଷରେ ପରଲୋକ ହୋଇଛି । ସେ କିଛି ଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ସେ ବାଲନ୍ଦାପଡାରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ଯୁବାବୟସ ପରେ ଟିକାବାଲି ବ୍ଲକ କଇଁଝରରେ ବସତି ସ୍ଥାପନ କରି ବିଭିନ୍ନ ଆଧ୍ୟାତ୍ମିକ ସଂଗଠନ ସହ ଜଡ଼ିତ ଥିଲେ l ସ୍ଵର୍ଗତ ମହାପାତ୍ର ଜଣେ ଶାନ୍ତ, ସରଳ, ନିଷ୍କପଟ ଧର୍ମ ପାରାୟଣ ବ୍ୟକ୍ତି ଭାବେ କାଳାତିପାତ କରି ସମସ୍ତଙ୍କ ପ୍ରିୟ ପାତ୍ର ହୋଇପାରି ଥିଲେ । ତାଙ୍କର ଚାରି ପୁଅ ଦୁଇଝିଅ ଅଛନ୍ତି । ବଡ଼ପୁଅ ଉଚ୍ଚ ପ୍ରଶଂସିତ ଶିକ୍ଷକ ବିପିନ ବିହାରୀ ମହାପାତ୍ର ଅବସର ନେବା ପରେ ଜିଲ୍ଲା ବିଜେପିରେ କାର୍ଯ୍ୟ କରୁଛନ୍ତି। ଅନ୍ୟ ପୁଅ ଝିଅମାନେ ହେଲେ ରାଜକିଶୋର ମହାପାତ୍ର, ବିଶୁକିଶୋର ମହାପାତ୍ର, ରାଜେଶ୍ୱର ମହାପାତ୍ର ଓ ଶୁକେଶିନି ପାତ୍ର ଓ ବାସନ୍ତୀ ସାହୁ ଜିଲ୍ଲାର ବିଭିନ୍ନ ବ୍ଲକରେ ଭିନ୍ନ ଭିନ୍ନ ପଦପଦବୀରେ କାର୍ଯ୍ୟରତ ଅଛନ୍ତି । ଏହି ମୃତ୍ୟୁ ଖବର ପାଇ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ରହି ଶେଷ ସଂସ୍କାର କରାଯାଇଥିଲା ବେଳେ ଜିଲ୍ଲା ବିଜେପିର ସମସ୍ତ ବରିଷ୍ଠ କର୍ମକର୍ତ୍ତା ସଭାପତି ଜଗନ୍ନାଥ ସାହୁ, କୋଷାଧ୍ୟକ୍ଷ ବିଜୟ କୁମାର ସାହୁ, ଗୁରୁ ରାମ ପାତ୍ର, ପଣ୍ଡିତ କୁମାର ବିଶିମାଝି ପ୍ରମୁଖ ଶୋକ ପ୍ରକଟ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ