ଧାନ କ୍ଷେତରୁ ସଂଜ୍ଞାହୀନ ନାବାଳିକା ଉଦ୍ଧାର, ସମ୍ପର୍କୀୟ ମାମୁ ଅଟକ

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ନିକଟସ୍ଥ ମନଶିଳା ଗ୍ରାମ ର ଧାନ କ୍ଷେତରୁ ଆଜି ସଂଧ୍ୟା ବେଳେ ଜଣେ ନାବାଳିକା କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରାଯାଇଛି। ସମ୍ପୃକ୍ତ ନାବାଳିକାକୁ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ନାବାଳିକା ର ଦେହରେ କୌଣସି ବିଷାକ୍ତ ଦ୍ରବ୍ୟ ପ୍ରୟୋଗ କରାଯାଇଥିବା ଅନୁମାନ କରାଯାଉଛି। ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରିବା ଉଦ୍ଦେଶ୍ୟରେ ବିଷ ଦିଆ ଯାଇଥିବା ସନ୍ଦେହ କରାଯାଉଛି। ଏହି ଘଟଣାରେ ପୋଲିସ ସଂଜ୍ଞାହୀନ ନାବାଳିକାର ଜଣେ ସମ୍ପର୍କୀୟ ମାମୁଙ୍କୁ ଅଟକ ରଖି ଜେରା ଜାରୀରଖିଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ