ରାଜ୍ୟସ୍ତରୀୟ ୧୨୨ତମ ଡ଼ ହରେକୃଷ୍ଣ ମହତାବ ଜୟନ୍ତୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ରାଜ୍ୟସ୍ତରୀୟ ୧୨୨ତମ ଡ଼ ହରେକୃଷ୍ଣ ମହତାବ ଜୟନ୍ତୀ ରାଜଧାନୀରେ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ପୂର୍ବାହ୍ନରେ ଜୟନ୍ତୀ କମିଟି ପକ୍ଷରୁ ପିଏମ୍‌ଜି ଛକଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଥିଲେ । ସେ ଏହି ଅବସରରେ କହିଥିଲେ. ଯେ, ରାଜ୍ୟରେ ମହତାବଙ୍କ ଅବଦାନ ଅତୁଳନୀୟ । ଭୁବନେଶ୍ୱରକୁ ରାଜଧାନୀ କରିବା ଓ ହିରାକୁଦ ଡ୍ୟାମ୍ ହେବା ତାଙ୍କର ଅବଦାନ । ମହାତାବଙ୍କ ବିନା ଇତିହାସ ଯେପରି ଲେଖାଯାଇନପାରେ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ବିନା ମହତାବ ଜୟନ୍ତି ପାଳନ କରାଯାଇନପାରେ । ଏହି ଅବସରରେ ସୁର ରାଉତରାୟଙ୍କୁ କରୋନା ହୋଇଥିବାରୁ ସେ ଦୁଖଃ ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଭାବେ କଂଗ୍ରେସର ବରିଷ୍ଠ ବିଧାୟକ ତାରା ବାହିନୀ ପତି କହିଥିଲେ ଯେ, ମହତାବ ଯେଉଁ ଇତିହାସ ରଚିଯାଇଛନ୍ତି ତାହା ସଦା ସ୍ମରଣୀୟ । ସେହିପରି ଅନ୍ୟତମ ଅତିଥି ପୂର୍ବତନ ବିଧାୟକ ଭୁଜବଳ ମାଝି, ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶୋରୀ ମହାପାତ୍ର ଓ କଂଗ୍ରେସ ମୁଖପାତ୍ର ମନୋରଞ୍ଜନ ଦାଶ ପ୍ରମୁଖ ମହତାବଙ୍କ ସ୍ମୃତି ଚାରଣ କରିଥିଲେ । ବରିଷ୍ଠ ସାମ୍ବାଦିକ ସନତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ କ୍ୟାପଟେନ୍ ମନ୍ମଥ ରାଉତ୍‌ରାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦୁଃଶାସନ ସ୍ୱାଇଁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଉପଲକ୍ଷେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିଲ୍ଲାପାଳ ସଂଗ୍ରାମ କେଶୋରୀ ମହାପାତ୍ର, ଭୁବନେଶ୍ୱର ଡିସିପି ଉମାକାନ୍ଥ ଦାଶ, କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଡ଼ ଲକ୍ଷ୍ମୀଧର ସାହୁ, ଡେପୁଟି ସୁପରିଟେଣ୍ଡେଂଟ୍ ଧନଞ୍ଜୟ ଦାଶ, ଡ. ଏସ୍‌. ଏନ୍‌. ନନ୍ଦ, ଡ. ଏସ୍‌. କେ. ମେହେର, ଶିକ୍ଷାବିତ ନିକୁଞ୍ଜବିହାରୀ ରାଉତରାୟ, ପାଇକ ଶର୍ଦ୍ଦାର ସୁବାଷ ଚନ୍ଦ୍ର ଜେନା, ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଂଟିଆ, ଶବବାହକ ପ୍ରଦୀପ୍ତ କୁମାର ପୃଷ୍ଟି, ତାଳଚେର ସୋସିଆଲ ଡେପଲପମେଂଟ୍ ଫାଉଣ୍ଡେସନ୍‌, ଅଧ୍ୟାପକ ଉମାକାନ୍ଥ ପାତ୍ର, ସମାଜସେବୀ ସମିର ଚାନ୍ଦ, ସରୋଜ ମହାନ୍ତିଙ୍କୁ ଡ଼ ହରେକୃଷ୍ଣ ମହତାବ ସମ୍ମାନ ପ୍ରଦାନ କରାଯାଇଥିଲା । ଏହାପରେ ସେଠାରୁ ପାଇକଦଳ ବନାଟି, କୁସ୍ତି, ପାରମ୍ପରିକ ଖଣ୍ଡା, ବାଡ଼ି ଖେଳ ପ୍ରଦର୍ଶନ କରି ରାମେଶ୍ୱର ପାଟଣାକୁ ଯାଇଥିଲେ । ସେଠାରେ ବିଷ୍ଣୁ ପ୍ରସାଦ ମୁଦୁଲିଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସାମ୍ବାଦିକ ସନତ ମିଶ୍ର, କ୍ୟାପଟେନ୍ ମନ୍ମଥ ରାଉତ୍‌ରାୟ ଓ ଜୟନ୍ତି କମିଟିର ସଂଯୋଜକ ଜୟକୃଷ୍ଣ ମଲିଆ ଅତିଥି ଭାବେ ଯୋଗ ଦେଇ ଚଳଚ୍ଚିତ୍ର ପ୍ରଯୋଜକ ଯୋଗେନ୍ଦ୍ର ରାଉତରାୟ, ଶିକ୍ଷାବିତ୍ ଶୁଭେନ୍ଦୁ ପାଣି, ଗୀତିକାର ଶୁଭାସିନୀ ସାମନ୍ତ ଓ ସାହିତ୍ୟକ ବଳରାମ ତରାଇଙ୍କୁ ଡ଼. ମହତାବ ସମ୍ମାନ ପ୍ରଦାନ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ କପିଳ ପଣ୍ଡା, ଶରତ ପଣ୍ଡା, ଦିଲ୍ଲିପ ମିଶ୍ର, କେଦାରନାଥ ମହାପାତ୍ର, ଲିଙ୍ଗରାଜ ସାହୁ, ବିଷ୍ଣୁ ପ୍ରସାଦ ମୁଦୁଲି, ଶ୍ରୀବତ୍ସ ପତି, ବାବନ ମହାପାତ୍ର, ପ୍ରକାଶ ଜେନା, ପ୍ରକାଶ ମହାନ୍ତି, ନିଳମଣୀ ମିଶ୍ର, ମିଟୁ ମହାପାତ୍ର, ଗଦାଧର ଦାସ, ହରିହର ମଲିଆ, ଶଙ୍କୁନା କଁଅର, ସୁନିଲ କୁମାର ରାଉତରାୟ, ସଂଗ୍ରାମ ରାଉତରାୟ, କଳିଙ୍ଗ ସାହୁ, ନସିରୁଲ ଅଲ୍ଲୀ, ଛେନୁ ପଟ୍ଟନାୟକ, ବାବୁଲି ରାଉତରାୟ, ଗୋପାଳ ଦାସ ପ୍ରମୁଖ ପରିଚାଳଣା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ