ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):କେନ୍ଦ୍ର ସରକାରଙ୍କ ଜନ ମାରନା ନୀତି ତଥା ଗ୍ୟାସ ସିଲିଣ୍ଡେର, ତୈଳ ଦର ଏବଂ ଖାଉଟି ସାମଗ୍ରୀ ଦର ବୃଦ୍ଧି ବିରୁଦ୍ଧରେ ବିଜେଡି ପକ୍ଷରୁ ଆଜି ପ୍ରତେକ ବ୍ଲକରେ ବିରୋଧ ପ୍ରଦର୍ଶନ କରାଯିବା ସହ ମହା ମହିମ ରାଷ୍ଟ୍ରପତିକଂ ଉଦ୍ଧେଶ୍ଵରେ ଦାବିପତ୍ର ପ୍ରଦାନ କରାଯାଇଛି ।ବିଜାତଳା ବ୍ଲକର ବ୍ଲକ ସଭାପତି କଂ ନେତୃତ୍ୱରେ ବ୍ଲକ ଅଧକ୍ଷ -ନିମାଇଁ ଚରଣ ମୁର୍ମୁ ,ଉପାଧ୍ୟକ୍ଷ-ଫୁଲମଣୀ ସରେନ, ଯୁବ ସଭାପତି-ବିଜୁ ବେହେରା, ଛାତ୍ର ସଭାପତି-ବଳଭଦ୍ର ମଣ୍ଡଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷ-ସୁକାନ୍ତି ମୁର୍ମୁ, ଛାମୁଆ ନେତା-ମାଝିୟା ରାମ ଟୁଡୁ, ଦୁର୍ଗା ଚରଣ ହେମ୍ରମ, ରାମଚନ୍ଦ୍ର ଟୁଡୁ, ସୁପାଇ ଟୁଡୁ, ମହେନ୍ଦ୍ର ହାସଦା ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ