୮ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ
ମୋହନା, (ଅଂଶୁମାନ ପଣ୍ଡା) : ଗଜପତି ଜିଲ୍ଲା ଏସଇଏମ୍ ଓ ଗ୍ରାମୀଣ ଜଳ ଯୋଗାଣ କର୍ମଚାରୀ ମହାସଂଘର ସମସ୍ୟା ସମାଧାନ ପାଇଁ ୮ ଦଫା ଦାବୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାର କିଶୋର ଚନ୍ଦ୍ର ଦାଶଙ୍କ ଜରିଆରେ ପ୍ରଦାନ କରିଛନ୍ତି । ଏସଇଏମ୍ ଓ ଜଳ ଯୋଗାଣ କର୍ମଚାରୀମାନେ ଗତ ୨୫/୯ରୁ ଭୁବନେଶ୍ୱର ପିଏମଜି ଠାରେ ଧାରଣାରେ ବସିଛନ୍ତି । ନିଜ ଦାବି ପୂରଣ ପାଇଁ ଏହାକୁ ଗଜପତି ଜିଲ୍ଲାରେ ମଧ୍ୟ ସମର୍ଥନ କରି ପ୍ରଚେକ ବ୍ଲକରେ ବିଡିଓ, ତହସିଲଦାର, ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ସେହିପରି ମୋହନା ବ୍ଲକରେ କାର୍ଯ୍ୟରତ ଥିବା ଜଳ ଯୋଗାଣ କର୍ମଚାରୀମାନେ ୮ ଦଫା ଦାବି ପ୍ରଦାନ କରିଛନ୍ତି ମୋହନା ତହସିଲଦାର ଶ୍ରୀ ଦାଶଙ୍କୁ । ଦାବି ଗୁଡିକ ମଧ୍ୟରେ ଏସଇଏମ୍ ପଦବୀ ଉଛେଦ କରି ଗ୍ରାମ୍ୟଜଳ ଯୋଗାଣ କର୍ମଚାରୀ ମାନ୍ୟତା ଦିଆଯାଉ, କୁଶଳୀ, ଅର୍ଦ୍ଧ କୁଶଳୀ ଓ ଅଣକୁଶଳୀ ନିୟମକୁ ପାଳନ କରାଯାଉ, ଉଚ୍ଚତମ ନ୍ୟାୟାଳୟ ଓ ଉଚ୍ଚ ନ୍ୟାୟାଳୟ ଆଦେଶନାମାକୁ ପାଳନ କରି ସମାନ କାମକୁ ସମାନ ପାଉଣା ଦିଆଯାଉ, ଜନ ସାଧାରଣମାନଙ୍କୁ ସେବା ଦେଇ ଆମ୍ଭ ମାନଙ୍କର ବୟସ ସୀମା ଅତିକ୍ରାନ୍ତ କରି ସାରିଥିବାରୁ ଆମ୍ଭ ଙ୍କୁ ୫ ବର୍ଷ ବୟସ ସୀମା କୋହଳ କରାଯାଉ, ୧୦ ବର୍ଷର ପୂର୍ବ ବକେୟା ରାଶି ପ୍ରଦାନ କରାଯାଉ, କାର୍ଯ୍ୟ କରୁଥିବା ସମୟରେ କର୍ମଚାରୀମାନେ ମୃତ୍ୟୁ ବରଣ କଲେ ୨୦ ଲକ୍ଷ୍ ଟଙ୍କା ଅନୁକମ୍ପା ମୁଳକ ରାଶି ପ୍ରଦାନ, ମୃତ ପରିବାରର ଜଣେ ବ୍ୟକ୍ତିଙ୍କୁ ସେହି ସଂସ୍ଥାରେ ନିଯୁକ୍ତି ଦିଆଯାଉ, ମେଗା ପ୍ରୋଜେକ୍ଟ ଜରିଆରେ ଜଳ ଯୋଗାଣ କର୍ମଚାରୀ ମାନଙ୍କୁ ନିଯୁକ୍ତି ଦେବା ପାଇଁ ୮ଟି ଦାବି ରଖିଛନ୍ତି । ଏହି ଦାବି ଗୁଡିକ ଯଥା ଶୀଘ୍ର ପୂରଣ ନ ହେଲେ ଆଗାମୀ ଦିନରେ ଗ୍ରାମ ଗୁଡିକୁ ପାଣି ବନ୍ଦ କରି ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି କର୍ମଚାରୀ ମାନେ କହିଛନ୍ତି ।


