ଓଡ଼ିଶା କନିଷ୍ଠ ଖୋଖୋ ଖେଳାଳିଙ୍କ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ଉଦଯାପିତ
ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ୱର ଜିଲା କ୍ରୀଡ଼ା ସଂଘ ଆନୁକୂଲ୍ୟରେ ସ୍ଥାନୀୟ ଖ୍ରୀଷ୍ଟିଆନ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଗତ ୧୪ ତାରିଖରୁ ଚାଲିଥିବା ଓଡ଼ିଶା ଉପ-କନିଷ୍ଠ ଖେଖୋ ଦଳ ଖୋଳାଳିଙ୍କ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ମଙ୍ଗଳବାର ଉଦଯାପିତ ହୋଇଯାଇଛି । ବାଲେଶ୍ୱରର ଖ୍ୟାତି ସମ୍ପନ୍ନ କୋଚ ମଳୟ ରଂଜନ ବେହେରା ଓ କେଉଁଝରର ପ୍ରକାଶ କୁମାର ବଳ ଓଡ଼ିଶା ଟିମର ଖେଳାଳିଙ୍କୁ ୧୦ ଦିନ ଧରି ପ୍ରଶିକ୍ଷଣ ଦେଉଥିଲେ । ଅନ୍ତର୍ଜାତୀୟ ଖୋଖୋ ଖେଳାଳି ସତ୍ୟଜିତ ସିଂହ ମଧ୍ୟ ତାଲିମ ଦେବାରେ ସହଯୋଗ କରି ଆସୁଥିଲେ । ୧୨ଜଣିଆ ଏହି ଓଡ଼ିଶା ଦଳରେ ବାଲେଶ୍ୱରରୁ ମନୋଜ କୁମାର ଜେନା, ବଲାଙ୍ଗୀରରୁ କୁବେର ମଲିକ, କ୍ଷୀରସିଂଧୁ ଛତରିଆ ଓ ନେପାଳ ହଂସ, ଢେଙ୍କାନାଳରୁ କୁନା ବେହେରା ଓ ସୌମ୍ୟଜିତ ସାହୁ, ଭଦ୍ରକରୁ ନୀତିଶ କୁମାର ଦାସ ଓ ନିରଞ୍ଜନ ସାହୁ, ଗଞ୍ଜାମରୁ ଟି.ନୀବନ, ଖୋର୍ଦ୍ଧାରୁ ଜିତେନ୍ଦ୍ର ଦାସ ଓ ଅବଦୁଲ ରିହମ ଏବଂ କେଉଁଝରରୁ ହେମନ୍ତ ମାଝୀ ପ୍ରଶିକ୍ଷଣ ନେଉଥିଲେ । ଏଠାରୁ ପ୍ରଶିକ୍ଷଣ ପ୍ରାପ୍ତ ବାର ଜଣିଆ ଓଡ଼ିଶା ଦଳ ହିମାଚଳ ପ୍ରଦେଶର ଉନା’ ଠାରେ ଆସନ୍ତା ତା୨୭ ।୧୧୮୨୧ରିଖ ଠାରୁ ତା୦୧/୧୨/୨୧ରିଖ ପର୍ୟ୍ୟନ୍ତ ହେବାକୁ ଥିବା ଜାତୀୟ ଉପ-କନିଷ୍ଠ ଖୋଖୋ ପ୍ରତିଯୋଗିତାରେ ଓଡ଼ିଶା ତରଫରୁ ପ୍ରତିନିଧିତ୍ୱ କରିବେ । ସେମାନେ ଆଜି ରାତିରେ ଟ୍ରେନ ଯୋଗେ ହିମାଚଳ ପ୍ରଦେଶ ଯାତ୍ରା କରୁଥିବାରୁ ଶିବିର ଶେଷରେ ଜିଲା କ୍ରୀଡ଼ା ସଂଘ ପକ୍ଷରୁ ସମସ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଥଲା । ଏହି ଉତ୍ସବରେ ବାଲେଶ୍ୱର ଜିଲା କ୍ରୀଡ଼ାସଂଘର ସହ-ସାଧାରଣ ସଂପାଦକ ପଦ୍ମଲୋଚନ ଲେଙ୍କା, ଉପ-ସଭାପତି ବୀରେନ୍ଦ୍ର କୁମାର ସ୍ମାଇଁ, ଖୋଖୋ ୟୁଗ୍ମ ସଂପାଦକ ତଥା ଓଡ଼ିଶା ଖୋଖୋ ଏସୋସିଏସନର ସହ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ନାୟକ, ଯୁଗ୍ମ ସଂପାଦକ ସଂଜୟ କୁମାର ଲେଙ୍କା ଓ ଜଗଦ୍ଦୀଶ ବେହେରା, ବରିଷ୍ଠ ସଦସ୍ୟ ପ୍ରଦୀପ କୁମାର ଦାସ, ବିରଷ୍ଠ ସଭ୍ୟ ଚିତ୍ତରଂଜନ ପାଶା, ସଂଜୟ କୁମାର ଗିରି ପ୍ରମୁଖ ଏଥିରେ ଉପସ୍ଥିତ ରହି ଓଡ଼ିଶା ଟିମର ଖେଳାଳିଙ୍କୁ ଶୁଭେଚ୍ଛା ଜ୍ଞାପନ ସହ ଆସନ୍ତା ଜାତୀୟ ପ୍ରତିପିଯୋଗିତାର ସଫଳତା କାମନା କରିଥିଲେ । ବାଲେଶ୍ୱର ଖୋଖୋ ଦଳର ବହୁ ଖେଳାଳି ଏହି ସମ୍ବର୍ଦ୍ଧନା ପର୍ବରେ ଉପସ୍ଥିତ ଥିଲେ ।


