ଓଡ଼ିଶା ମିଡ-ଡେ ମିଲ କର୍ମଚାରୀ ସଂଘର ବିକ୍ଷୋଭ

ବାଲେଶ୍ୱର, (ସରୋଜ ପଣ୍ଡା) : ବିଭିନ୍ନ ଦାବି ନେଇ ଓଡିଶା ମିଡ୍‌-ଡେ ମିଲ କର୍ମଚାରୀ ସଂଘ ପକ୍ଷରୁ ବାଲେଶ୍ୱର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି । ପାଚିକା ଓ ସହାୟିକାମାନେ ଏକ ଶୋଭାଯାତ୍ରାରେ ଆସି ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେଠାରେ ଆୟୋଜିତ ପ୍ରତିବାଦ କାର୍ଯର୍୍ୟକ୍ରମରେ ସଂଘର ସାଧାରଣ ସମ୍ପାଦିକା ଇଶାଣୀ ଷଡ଼ଙ୍ଗୀ ଯୋଗଦେଇ ରାଜ୍ୟ ସରକାରଙ୍କ ପାଚିକା ଓ ସହାୟିକା ଶୋଷଣନୀତିକୁ ତୀବ୍ର ସମାଲୋଚନା କରିଥିଲେ । ସରକାରଙ୍କ ବିଦ୍ୟାଳୟ ମିଶ୍ରଣ ନୀତି ଯୋଗୁଁ ଶିକ୍ଷା ବ୍ୟବସ୍ଥା ଦୁର୍ବଳ ହୋଇ ପଡ଼ିଥିବା ବେଳେ ମଧ୍ୟାହ୍ନ ଭୋଜନ ପାଚିକା ସହାୟିକାଙ୍କ ଜୀବନ ଜୀବିକା ବିପଦକୁ ଚାଲିଯାଇଛି ବୋଲି ସେ କହିଥିଲେ । ଏହି ନିଷ୍ପତ୍ତିର ପୁନଃର୍ବିଚାର ସହ ବିଦ୍ୟାଳୟ ମିଶ୍ରଣ କାର୍ଯ୍ୟଧାରାରୁ ବିରତ ରହିବାକୁ ସଂଗଠନ ପକ୍ଷରୁ ପୂର୍ବରୁ ବାରମ୍ବାର ଦାବି କରାଯାଇଥିଲା । ତେବେ ପାଚିକା ଓ ସହାୟିକାମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ ସହିତ ସର୍ବନିମ୍ନ ୨୧ ହଜାର ଟଙ୍କା ଦରମା, ହାଇକୋର୍ଟର ନିର୍ଦ୍ଦେଶ ମୁତାବକ ୨୮ ମାସର ବକେୟା ତୁରନ୍ତ ପ୍ରଦାନ, ଅବସର ସମୟ ସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି କରିବା, ଛଟେଇ ପାଚିକାଙ୍କୁ ପୁନଃ ନିଯୁକ୍ତି ଦେବା, ପିଏଫ ଇଏସଆଇ ଯୋଜନାରେ ସମସ୍ତ ସ୍କିମ ୱାର୍କରଙ୍କୁ ସାମିଲ କରିବା, ବର୍ଷକୁ ଦୁଇଖଣ୍ଡ ଶାଢ଼ୀ ପ୍ରଦାନ, କର୍ଣ୍ଣାଟକ ଓ ଉତ୍ତରପ୍ରଦେଶର ପାଚିକାଙ୍କ ଭଳି ଓଡ଼ିଶାରେ ବି ମାସିକ ୩୦୦୦ ଟଙ୍କା ଭତ୍ତା ପ୍ରଦାନ ବ୍ୟବସ୍ଥା କରିବା ପାଇଁ ସଂଗଠନ ପକ୍ଷରୁ ଏହି ପ୍ରତିବାଦ ସଭାରେ ଦାବି ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ରାଜ୍ୟ ଉପ-ସଭାପତି ମୃତ୍ୟୁଞ୍ଜୟ ରାଉତ, ସମ୍ପାଦିକା ପୂର୍ଣ୍ଣିମା ବେହେରା, ବସନ୍ତ ଦାସ, ପୁତୁଲ ଦାସ, ରମାକାନ୍ତ ରଣା, କନକଲତା ଦାସ, ରେବତୀ ଦାସ ଶ୍ୟାମାପଦ ଦାସ, ମନ୍ମଥ ବେହେରା, ଦୌପଦୀ ଦାସ, ପୁଷ୍ଟିତା ବେହେରା, ସୁଶିଲା ପାଣିଗ୍ରାହୀ, ବିଜୟ ପାତ୍ର, ଶ୍ୟାମସୁନ୍ଦର ଜେନା, ସନ୍ଧ୍ୟାରାଣୀ ଘୋଷ, ମମତା ବେହେରା, ମଞ୍ଜୁଲତା ଦାସ, ପୁଷ୍ପଲତା ପାଲ, ସବିତା ଧର ପ୍ରମୁଖ ଏହି ପ୍ରତିବାଦ ସଭାରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ସଂଗଠନ ପକ୍ଷରୁ ୮ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲା ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ