ବୁଗୁଡା ତହସିଲରେ ପ୍ରାୟ ୧୦ ଲକ୍ଷ ଟଙ୍କାର ଫସଲ ନଷ୍ଟ

ବୁଗୁଡା, (ଅନିଲ କୁମାର ମହାରଣା):ଗତ ନଭେମ୍ବର ୧୨ ତାରିଖ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଅଦିନିଆ ଲଗାଣ ବର୍ଷାରେ ବୁଗୁଡା ତହସିଲରେ ପ୍ରାୟ ୧୦ ଲକ୍ଷ ଟଙ୍କାର ଫସଲ ନଷ୍ଟ ହୋଇଥିବା ସରକାରୀ ଭାବେ ଜଣାପଡ଼ିଛି। ବୁଗୁଡା ତହସିଲ ମଧ୍ୟରେ ମୋଟ ୮୧୭୧ ହେକ୍ଟର ଜମିରେ ଚାଷକାର୍ଯ୍ୟ ହୋଇଥିବା ବେଳେ ସେଥି ମଧ୍ୟରୁ ୫୨ ହେକ୍ଟର ଜମିରେ ୩୩ ପ୍ରତିଶତ ରୁ ଅଧିକ ଫସଲ କ୍ଷତିଗ୍ରସ୍ତ ହୋଇଛି। ଛଅ ଗୋଟି ପଞ୍ଚାୟତର ଆଠ ଖଣ୍ଡ ଗ୍ରାମାର ୩୩ ପ୍ରତିଶତ ଠାରୁ ଅଧିକ ଫସଲ କ୍ଷତି ହୋଇଥିବା ଆକଳନ କରାଯାଇଛି। ଏହି ଅଦିନିଆ ବର୍ଷାରେ ବିଶେଷ ଭାବେ ଧାନ ଫସଲ କ୍ଷତି ହୋଇଚି। ବେସରକାରୀ ଚାଷ ଫସଲ କ୍ଷୟକ୍ଷତିର ପରିମାଣ ସରକାରୀ ଭାବେ ପ୍ରାୟ ୧୦ ଲକ୍ଷ ଟଙ୍କା ଅଟେ। ରାଜସ୍ୱ ପରିଦର୍ଶକ ମାନଙ୍କ ରିପୋର୍ଟ ପ୍ରକାରେ ଏହି ସବୁ କ୍ଷୟକ୍ଷତି ବିଷୟରେ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ବିବରଣୀ ପଠାଇଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ