ନିଟ୍‌ ପରୀକ୍ଷାର୍ଥୀଙ୍କ ପାଇଁ ମାଗଣା ବସ୍‌ ସେବା

ଛତ୍ରପୁର (ଓ୍ବାଇଏନଏସ) : ଆସନ୍ତା ଜୁନ ୨୧ ରେ ନିଟ୍ (ୟୁଜି) ୨୦୨୬ ପୁନଃପରୀକ୍ଷା ହେବ। ପରୀକ୍ଷାର୍ଥୀମାନଙ୍କ ପାଇଁ ଓଡ଼ିଶା ସରକାର ଏକ ବଡ଼ ସହାୟତାମୂଳକ ପଦକ୍ଷେପ ନେଇଛନ୍ତି। ପରୀକ୍ଷାର୍ଥୀମାନେ ରାଜ୍ୟରେ ଚଳାଚଳ କରୁଥିବା ସରକାରୀ ବସ୍‌ରେ  ମାଗଣାରେ ଯାତ୍ରା କରିପାରିବେ। ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପୂର୍ବରୁ  ନିର୍ଦେଶ ଜାରି କରାଯାଇଛି।  ଅନ୍ୟ ପକ୍ଷରେ ଗଞ୍ଜାମ ଜିଲ୍ଲା ମଧ୍ୟ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ନିଆଯାଇଛି।  ଗଞ୍ଜାମ ଜିଲ୍ଲାରେ ୧୧ ଟି କେନ୍ଦ୍ରରେ ପରୀକ୍ଷା ହେବ।  ୪ ଟି ସ୍ଥାନରୁ ୪୨ ଟି ବସ ସେବା ସୁବିଧା ଯୋଗାଇ ଦିଆଯିବ ବୋଲି ଗଞ୍ଜାମ ଆଞ୍ଚଳିକ ପରିବହନ ଅଧିକାରୀ ଇଂ ଦେବାଶିଷ ସ୍ୱାଇଁ ସୂଚନା ଦେଇଛନ୍ତି । ଛତ୍ରପୁର ବସଷ୍ଟାଣ୍ତ, ଡୁଡୁମା କଲୋନୀ, ହଳଦିଆପଦର ବସ ଟର୍ମିନାଲ, ବ୍ରହ୍ମପୁର ଷ୍ଟେସନ ରୁ ନିଟ ଛାତ୍ର/ଛାତ୍ରୀ ଙ୍କୁ ମିଳିବ ମାଗଣା ବସ ସେବା ଏହା ସହ ତାଙ୍କ ସହ ଥିବା ଅଭିଭାବକ ମଧ୍ୟ୍ୟ କେନ୍ଦ୍ର କୁ ଯାଇପାରିବେ। ପରୀକ୍ଷାର୍ଥୀମାନେ କେବଳ ନିଜର ବୈଧ ନିଟ୍ ଆଡମିଟ୍ କାର୍ଡ ଦେଖାଇବାକୁ ପଡିବ।ଏହି ୪ ଟି ସ୍ଥାନରୁ ଜଣେ ଲେଖାଏ ନୋଡାଲ ଅଧିକାରୀ ରହିବେ । କ୍ରୁଟ, ଓଏସଆରଟିସି ଓ ମୁଖ୍ୟମନ୍ତ୍ରୀ ବସ ସେବା ପକ୍ଷରୁ ମଧ୍ୟ୍ୟ ଉକ୍ତ ଦିନ ପରୀକ୍ଷାର୍ଥୀମାନେ ମଧ୍ୟ୍ୟ ମାଗଣା ବସ ସେବା ଯୋଗେଇ ଦିଆଯିବ। ସେହିପରି ବ୍ଲକ ରୁ ମୁଖ୍ୟାଳୟ କୁ ଆସୁଥିବା ଏହି ବସ ଗୁଡିକରେ ମଧ୍ୟ୍ୟ ମାଗଣା ସେବା ଯୋଗାଇଦିଆଯିବ।  ଏହି ବ୍ୟବସ୍ଥାକୁ ସୁଚାରୁ ଭାବେ କାର୍ଯ୍ୟକାରୀ କରିବା ପାଇଁ ଗଞ୍ଜାମ ପ୍ରଶାସନ ବ୍ୟାପକ ବ୍ୟବସ୍ଥା କରିଛି । ଗ୍ରୀଷ୍ମ ପ୍ରବାହ ଜନିତ ଅସୁବିଧାକୁ ଦୃଷ୍ଟିରେ ରଖି ବସରେ ପାନୀୟ ଜଳ ସମେତ ଓଆରଏସ ବ୍ୟବସ୍ଥା ରହିବ। ପରୀକ୍ଷା କେନ୍ଦ୍ରଗୁଡ଼ିକୁ ସହଜରେ ପହଞ୍ଚିବା ପାଇଁ ଏହି ମାଗଣା ଯାତ୍ରା ସୁବିଧା ଯୋଗାଇ ଦିଆଯାଉଛି । ଏହି ସେବା ୮ ଆରମ୍ଭ ରୁ ହେବା ସହ ପରୀକ୍ଷା ସରିବା ପରେ ମଧ୍ୟ୍ୟ ପରୀକ୍ଷାର୍ଥୀମାନେ ଆସିବାର ବ୍ୟବସ୍ଥା ରହିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ