ଭାରତୀୟ ମଜଦୁର ସଂଘ ଅନୁକୁଲ୍ୟରେ ରାଇରଙ୍ଗପୁର ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ରାଜ୍ୟରେ ଲକ୍ଷ ଲକ୍ଷ ଯୁବ ଶ୍ରମିକ ହାତକୁ କାମଧନ୍ଦା ନ ପାଇ ବାହାର ରାଜ୍ୟକୁ ଦାଦନ ଶ୍ରମିକ ଭାବେ ଯାଇ ବିଭିନ୍ନ ସମସ୍ଯାରେ ସମ୍ମୁଖୀନ ହେଉଛନ୍ତି ଯାହାକି ହୃଦୟ ବିଦାରକ ।ସେମାନେ ଅସଂଗଠିତ ଶ୍ରମିକ ଭାବେ କାମ କରୁଛନ୍ତି । ଏହି ସମସ୍ଯାର ସମାଧାନ ନିମନ୍ତେ ଭାରତୀୟ ମଜଦୂର ସଂଘ ତରଫରୁ ଏକ ଦାବିପତ୍ର ଉପସ୍ଥାପନ କରାଯାଇଛି ସେଗୁଡିକ ହେଲା ରାଜ୍ୟର ସମସ୍ତ ଅସଂଗଠିତ ଶ୍ରମିକମାନଙ୍କୁ ପରିଚୟ ପତ୍ର ପ୍ରଦାନ,ସରକାରଙ୍କ ଦ୍ବାରା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡକୁ ଯଥେଷ୍ଟ ସରକାରୀ ପାଣ୍ଠି ଯୋଗାଇବା,ପ୍ରବାସୀ ଶ୍ରମିକଵହୁଳ ରାଜ୍ୟ ଭାବୃ ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ପଂଜୀକୃତ କରାଇ ପରିଚୟ ପତ୍ର ପ୍ରଦାନସହ ରେସନକାର୍ଡ ଯୋଗାଇଦେବା,ସମସ୍ତ ଆଶା ଓ ଅଙ୍ଗନବାଡୀ କର୍ମଚାରୀଙ୍କୁ ସରକାରୀ ଚାକିରୀ ମାନ୍ଯତା ପ୍ରଦାନ,ରାଜ୍ୟର ଶ୍ରମ ବିଭାଗରେ ଖାଲି ପଡିଥିବା ସମସ୍ତ ପଦବୀ ପୂରଣ ସ଼ ନୂତନ ନିଯୁକ୍ତି ଇତ୍ଯାଦି ।ଏଥିରେ ରାଇରଙ୍ଗପୁର ବ୍ଲକ ସଭାପତି ସୁବାଷ ସେଠୀଙ୍କ ନେତୃତ୍ବରେ ଆଶା,ଅଙ୍ଗନବାଡୀ,କୋଠାବାଡି ନିର୍ମାଣ ଶ୍ରମିକ ମାନେ ଯୋଗ ଦେଇ ବ୍ଳକ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହ ବିଡିଓଙ୍କ ଅନୁପସ୍ଥିତିରେ ମୁଖ୍ଯ କିରାଣୀ ରମାକାନ୍ତ ପଣ୍ଡାଙ୍କୁ ମୁଖ୍ଯମନ୍ତ୍ରୀଙ୍କ ଉଦେଶ୍ଯରେ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ ।ମୁଖ୍ଯ ଅତିଥି ଭାବେ ଦଜିଲ୍ଲା ସଭାପତି ନିଗମାନନ୍ଦ ପଟନାୟକ ରାଜ୍ଯ ସରକାରଙ୍କ ଶ୍ରମିକ ମାରଣ ନୀତି ଓ ଅଣସଂଗଠିତ ଓ ପ୍ରବାସୀ ଶ୍ରମିକଙ୍କ ପଂଜୀକରଣର ଟାଣଟୁଣ ନୀତିର ଭର୍ତ୍ସନା କରିଥିଲେ ।ଏଥିରେ ତିରିଂ ବ୍ଲକ ସଭାପତି ଅରୁଣ ଦତ୍ତ,ବହଳଦା ବ୍ଲକ ସଂପାଦିକା ମମତା ବେହେରଖ,ବୀଣାପାଣି ଗାଗରାଇ,ସତ୍ଯଭାମା ବେହେରା ନମିତା ଗିରି,ଗୌରୀମଣି ବେଶ୍ରା,ସୁମିତ୍ରା ବେଶ୍ରା,ସୁନିତା ମାର୍ଣ୍ଡୀ ପାନସରି ସୋରେନ,ସଂଜୁ ମହାନ୍ତ ସମେତ ବହୁ ଶ୍ରମିକ ଯୋଗ ଦେଇଥିଲେ ।


