୫ଟି ରୂପାନ୍ତିକରଣ ପରେ ଗୁରାଣ୍ଡି ଗଜପତି ଉଚ୍ଚ ବିଦ୍ୟାଳୟ ଝଲସି ଉଠିଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ରାଜ୍ୟ ସରକାରଙ୍କ ୫ଟିର ରୁପାନ୍ତରିକରଣ ପରେ ଗଜପତି ଜିଲ୍ଲାର ଗୁରାଣ୍ଡି ଗ୍ରାମ ସ୍ଥିତ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ଉଚ୍ଚ ବିଦ୍ୟାଳୟ ଅତ୍ୟନ୍ତ ଆକର୍ଷଣୀୟ ଭାବେ ରୁପରେଖ ହୋଇ ଝଲସି ଉଠିବା ସହ ଅଞ୍ଚଳବାସୀଙ୍କ ମୁଖ୍ୟ ଆକର୍ଷଣ ପାଲଟିଛି । ଗଜପତି ଜିଲ୍ଲାର ୧୧୦ଗୋଟି ଉଚ୍ଚ ବିଦ୍ୟାଳୟ ୫ଟି ବିଦ୍ୟାଳୟରେ ରୂପାନ୍ତିକରଣ କରାଯିବାକୁ ରାଜ୍ୟସରକାର ନେଇଥିବା ପଦକ୍ଷେପ ଯୋଗୁଁ ବିଦ୍ୟାଳୟ ଗୁଡିକ ଝଲସି ଉଠିଛି । ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ଗୁଡିକ ମଧ୍ୟରୁ ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଠାରେ ଥିବା ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ଉଚ୍ଚ ବିଦ୍ୟାଳୟ ରୂପାନ୍ତିକରଣ ହେଉଛି । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଛି । ବିଦ୍ୟାଳୟର ରୂପରେଖ ବଦଳିଛି । ଶତାୟୁ ବିଦ୍ୟାଳୟର ରୂପରେଖ ଦେଖି ପୁରାତନ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ବର୍ତ୍ତମାନ ପଢୁଥିବା ଛାତ୍ରଛାତ୍ରୀଙ୍କ ମନରେ ଆନନ୍ଦର ଲହରି ଖେଳିଯାଇଛି । ଏହା ସହ ଅଞ୍ଚଳବାସୀ ମଧ୍ୟ ଗ୍ରାମରେ ଏପରି ସ୍କୁଲର ରୂପାନ୍ତିକରଣ ଦେଖି ଖୁସି ପ୍ରକଟ କରୁଛନ୍ତି । ବିଦ୍ୟାଳୟର ଫାଟକ ଠାରୁ ଆରମ୍ଭ କରି ବଗିଚା, କାର୍ଯ୍ୟାଳୟ, ଶ୍ରେଣୀକକ୍ଷ ସବୁକୁ ବେସ ସାଜସଜା କରାଯାଉଥିବାର ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ