ଗଜପତିରେ ଅବକାରୀ ଚଢାଉ ବହୁ ପରିମାଣର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଅବକାରୀ ବିଭାଗକୁ ବଡ ସଫଳତା ମିଳିଛି । ଅବକାରୀ ଅଧୀକ୍ଷକ ପ୍ରଭାତ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଗତକାଲିିି ରାୟଗଡ ବ୍ଲକ ଅନ୍ତର୍ଗତ ଗୁଡିସାହିନାଳ ଗ୍ରାମର ବିଭିନ୍ନ ଅଞ୍ଚଳରେ ଚଢାଉ କରି ପ୍ରାୟ ୪ହଜାର ଲିଟର ମହୁଲ ପୋଚ ନଷ୍ଟ କରିବା ସହ ୫ଶହ ଲିଟର ମଦକୁ ଜବତ କରିଥିଲେ । ଏହି ଘଟଣାରେ ପୃଥକ ଭାବେ ଦୁଇଜଣ ମହିଳାଙ୍କୁ ଗିରଫ କରିଥିବାର ମଧ୍ୟ ଜଣାପଡିଛି । ସେମାନେ ହେଲେ କୁମାରି ଶବର ଓ ସସ୍ମିତା ଶବର । ଏନେଇ ରାୟଗଡ ଥାନାରେ ୧୦୧/୨୧ ଓ ୧୦୨/୨୧ରେ ପୃଥକ ଭାବେ ଦୁଇଗୋଟି ମାମଲା ରୁଜୁ ହୋଇଥିବାର ରାୟଗଡ ଥାନା ଅଧିକାରୀ ଗୋବିନ୍ଦ ଗୌଡ ସୂଚନା ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ