ପାଉଣା ବୃଦ୍ଧି ନହେବାରୁ ଠିକା କର୍ମଚାରୀ ଅସନ୍ତୁଷ୍ଟ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ଦୀର୍ଘବର୍ଷ ଧରି ହିଲଟପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଯୁକ୍ତତିନି ମହାବିଦ୍ୟାଳୟରେ କାର୍ଯ୍ୟ କରି ଆସୁଥିବା ଅଧ୍ୟ।ପକ, ଅଧ୍ୟ।ପିକା ଓ କର୍ମଚାରୀମାନଙ୍କୁ ୪ ବର୍ଷ ହେଲା ଦରମା ବୃଦ୍ଧି ନଘଟିବାରୁ କର୍ମଚାରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପ୍ରତ୍ୟେକ ବର୍ଷ କର୍ମଚାରୀମାନଙ୍କ ଦରମା ୧୦ ରୁ ୨୦ ଶତକଡ଼ା ବୃଦ୍ଧି କରାଯିବ ବୋଲି କମିଟି ପକ୍ଷରୁ ଅଧ୍ୟକ୍ଷଙ୍କ ଉପସ୍ଥିତିରେ ଘୋଷଣା କରାଯାଇଥିଲା । କିନ୍ତୁ କିଛି ବର୍ଷ ହେଲା କମିଟି ରଦ୍ଦ ହୋଇଯାଇଥିବା ବେଳେ ନୂତନ କମିଟି ଗଠନ ହେବାରେ ଦିନକୁ ଦିନ ବିଳମ୍ବ ଘଟୁଥିବାରୁ କର୍ମଚାରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ମହା ବିଦ୍ୟାଳୟର ଜନୈକ ଅଧ୍ୟ।ପଳ ଓ ଅଧ୍ୟାପିକାଙ୍କ ସଲାସୁତରାରେ ମୋହନାର କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କର ନାମ ମନମୁତାବକ ଭାବେ ଉପଜିଲ୍ଲାପାଳଙ୍କ ନିକଟକୁ ପଠାଯାଇଥିବା ଶୁଣିବାକୁ ମିଳିଛି । ଏପରିକି ଉଭୟ କର୍ମଚାରୀଙ୍କ ମଧୁଚ଼ନ୍ଦ୍ରିକାରେ ମହାବିଦ୍ୟାଳୟକୁ ଲକ୍ଷ ଲକ୍ଷ ଟଙ୍କାର କମ୍ପୁଟର କିଣି ଅର୍ଥ ହେରଫେର ହୋଇଥିବା ଜଣାପଡିଛି। ଏହାର ଭିଜିଲାନସ ତଦନ୍ତ କରାଯିବାକୁ ବୁଦ୍ଧିଜୀବି ମହଲରେ ମତପ୍ରକାଶ ପାଇଛି । ବର୍ତ୍ତମାନ କମ୍ପୁଟର ଗୁଡିକ ମହାବିଦ୍ୟାଳୟରେ ଖତ ଖାଉଛି । ।


