ଆଜି ମୁଖ୍ୟମନ୍ତ୍ରୀ ବାଲେଶ୍ୱରରେ ଘୋଷଣା କରିଥିବା 

ବାଲେଶ୍ୱର, (ସରୋଜ ପଣ୍ଡା) : ଆଜି ଏକ ଜନସଭାରେ ମୁଖ୍ୟମନ୍ତ୍ରୀ ବାଲେଶ୍ୱର ପାଇଁ ରାସ୍ତା ମରାମତି/ନିର୍ମାଣ ଓ ପାନୀୟ ଜଳଯୋଗାଣର ଯେଉଁ ଯୋଜନା ମାନ ଘୋଷଣା କରିଥଛନ୍ତି ତାହା ଉପରେ ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ସ୍ପଷ୍ଟୀକରଣ ରଖି କହିଛନ୍ତି ଯେ ଏହି ଯୋଯନା ସବୁ ଶତପ୍ରତିଶତ କେନ୍ଦ୍ରୀୟ ସହାୟତାରେ ଓ ବାତ୍ୟା ପରବର୍ତ୍ତୀ ପରିକାଠୋମ ନବୀକରଣ ପାଇଁ ଆସିଥିବା ସହାୟତାକୁ ଆଗାମୀ ପଞ୍ଚାୟତ ନିର୍ବାଚନରେ ରାଜନୈତିକ ଲାଭ ଉଠାଇବା ପାଇଁ ନିଜ ନାମରେ ପ୍ରଚାର କରୁଛନ୍ତି । ଗତ ଉପନିର୍ବାଚନ ସମୟରେ ସେ ବାଲେଶ୍ୱରର ଦାଇତ୍ଵ ନିଜେ ନେଇଥିଲେ କିନ୍ତୁ ବିଗତ ଏକ ବର୍ଷ ମଧ୍ୟରେ ଜିଲ୍ଲାର ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ, ଜିଲ୍ଲାର ଭାତହାଣ୍ଡି କୁହାଯାଉଥିବା ବିର୍ଲା ଟାୟାର ବନ୍ଦ, ଏବାବଦରେ ତାଙ୍କର ଚିରାଚରିତ ମୌନବ୍ରତ ଅବଲମ୍ବନ କରୁଛନ୍ତି ।  ସଭାପତି ଶ୍ରୀଯୁକ୍ତ ମହାପାତ୍ର ଏହାର ଘୋର ନିନ୍ଦା କରିବା ସହିତ ଆଜି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ପ୍ରଶାସନିକ ବ୍ୟବସ୍ଥା ଉପରେ ଚିନ୍ତା ପ୍ରକଟ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୁର୍ବରୁ ବିରୋଧୀ ଦଳର ନେତାଙ୍କୁ ଅଟକ ରଖିବା, ସାଧାରଣ ଲୋକଙ୍କ ମୌଳିକ ଅଧିକାର ହନନ କରିବା, ଦୋକାନ ବଜାର ବନ୍ଦ କରି ଅଘୋଷିତ କର୍ଫ୍ୟୁ ଲଗାଇବା, ବ୍ୟରିକେଡ଼ ନାମରେ ସହରର ପ୍ରମୁଖ ରାସ୍ତା ଗୁଡିକ ତାଡ଼ି ନଷ୍ଟ କରିବା, ବିଶେଷ କରି ଗଣମାଧ୍ୟମକୁ ସଭାସ୍ଥଳକୁ ପ୍ରବେଶ ଅନୁମତି ନଦେବା ଘୋର ପରିତାପର ବିଷୟ। ଏହା ୭୫ ବର୍ଷ ପୂର୍ବର ଇଂରେଜ ଶାସନକୁ ଟପି ଯାଇଛି। ନବୀନ ବାବୁଙ୍କ ବିଜେଡ଼ି ସରକାର ଗଣତାନ୍ତ୍ରିକ ମୁଲ୍ୟବୋଧକୁ ହତ୍ୟା କରୁଛି ବୋଲି ଶ୍ରୀଯୁକ୍ତ ମହାପାତ୍ର କହିଛନ୍ତି। ସଜ ଗଣମାଧ୍ୟମ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି  ଆପଣ କୁଆଡ଼େ ଏକ ନମ୍ବର, ଜନପ୍ରିୟ, ସମସ୍ତ ଓଡ଼ିଆଙ୍କୁ ପରିବାରର ସଦସ୍ୟ ବୋଲି ଭାବନ୍ତି ତାହେଲେ ଆପଣ ଏତେ ଡ଼ରୁଛନ୍ତି କାହିଁକି ?
:- ଶ୍ରୀନିବାସ ପ୍ରଧାନ, ଜିଲ୍ଲା ଗଣମାଧ୍ୟମ ସଂଯୋଜକ, ଭାରତୀୟ ଜନତା ପାର୍ଟି, ବାଲେଶ୍ୱର
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ