ପାରାଦୀପ ଟ୍ରକ ମାଲିକ ସଂଘର ନିର୍ବାଚନୀ ବୈଠକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ପାରାଦୀପ ଟ୍ରକ ମାଲିକ ସଂଘର ଏକ ନିର୍ବାଚନୀ ବୈଠକ ସ୍ଥାନୀୟ ଗରାପୁର ମାରୁତି ଛକ ନିକଟସ୍ଥ ସୈାଭାଗ୍ୟ ମଣ୍ଡପ ପରିସରରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସଂଘର ବରିଷ୍ଠ ସଦସ୍ୟ ରଞ୍ଜନ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସଂଘର ପୂର୍ବତନ ସାଧାରଣ ସମ୍ପାଦକ ତଥା ବର୍ତ୍ତମାନର ସଭାପତି ପ୍ରାର୍ଥୀ ବିରଞ୍ଚି ନାରାୟଣ ପରିଡା(ଆଲୋକ) ଚଳିତ ନିର୍ବାଚନ ପାଇଁ ସଂଘର ଉପସଭାପତି ପ୍ରାର୍ଥୀ ମହମ୍ମଦ ସଲିମ ଖାନ୍ ଓ ସଲିଳ କୁମାର ଦାସ, ସାଧାରଣ ସମ୍ପାଦକ ପ୍ରାର୍ଥୀ ସାରଦା ପ୍ରସନ୍ନ ରାଉତ, କୋଷାଧ୍ୟକ୍ଷ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଦାସ, ଯୁଗ୍ମ ସମ୍ପାଦକ ପ୍ରାର୍ଥୀ ଅକ୍ଷୟ କୁମାର ସ୍ୱାଇଁ ଓ ବିପିନ ଲେଙ୍କା(ସିକୁ) ପ୍ରମୁଖ ଯୋଗଦେଇ ଆସନ୍ତା ୨୮ ତାରିଖରେ ହେଉଥିବା ସଂଘର ନିର୍ବାଚନରେ ସେମାନଙ୍କୁ ବିଜୟ କରିବା ପାଇଁ ବୈଠକରେ ଉପସ୍ଥିତ ସଂଘର ସଦସ୍ୟମାନଙ୍କୁ ନିବେଦନ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ପାରାଦୀପ ଟ୍ରକ ମାଲିକ ସଂଘରେ କେନ୍ଦ୍ରାପଡା ଜିଲ୍ଲାର ୫ଶହ ଜଣ ଟ୍ରକ ମାଲିକ ସଦସ୍ୟ ଥିବା ବେଳେ ଜଗତସିଂହପୁର ଜିଲ୍ଲାର ୭୫୦ଜଣ ଟ୍ରକ ମାଲିକ ସଦସ୍ୟ ଅଛନ୍ତି । ପାରାଦୀପ ଟ୍ରକ ମାଲିକ ସଂଘର ସାମୂହିକ ବିକାଶ ଏବଂ ସଦସ୍ୟମାନଙ୍କ ସାମଗ୍ରୀକ ଉନ୍ନତି, ସମ୍ମାନ, ସ୍ୱଭିମାନ ଓ ସମାନତା ପ୍ରତିଷ୍ଠା ପାଇଁ ଆଲୋକ ବାବୁଙ୍କ ନେତୃତ୍ୱରେ ଚଳିତ ନିର୍ବାଚନ ରଣାଙ୍ଗନରେ ପ୍ରାର୍ଥୀ ହୋଇଥିବା ସମସ୍ତ ବ୍ୟକ୍ତିମାନଙ୍କୁ ବିଜୟୀ କରିବା ପାଇଁ ପ୍ରାର୍ଥୀମାନେ ନିବେଦନ କରିଥିଲେ । ଶେଷରେ ବରିଷ୍ଠ ସଭ୍ୟ ହିବଜୁର ରହମାନ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ