ମାଆ ରୁଦ୍ର କାଳୀଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ଖଦାଳ ସାହି ଠାରେ ମାଆ ରୁଦ୍ର କାଳୀଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ଆଜି ଏକା ପ୍ରସ୍ତୁତି ବୈଠକ ଖଦାଳ ସାହିରେ ଅନୁଷ୍ଠିତ ହୋଇଯାଇଛି I ଏଥିରେ ଆଗାମୀ ଦିନରେ ମନ୍ଦିର ପ୍ରତିଷ୍ଠା ପାଇଁ ଏକ କମିଟି ଗଠନ କରାଯାଇଥିଲା I ଏଥିରେ ପୂର୍ବତନ କାଉନସିଲର୍ ତଥା ଯୁବ ନେତା କେ ଜିତେନ୍ଦ୍ର ସୁବୁଦ୍ଧିଙ୍କୁ ସଭାପତି ଭାବେ ମନୋନୀତ କରାଯାଇଥିବା ବେଳେ ଉପସଭାପତି ଭାବେ ଡ଼କ୍ଟର୍ ପବିତ୍ର ସାହୁ ଓ ସୀମାଞ୍ଚଳ ନାୟକ,ସାଧାରଣ ସମ୍ପାଦକ ଭାବେ କୈଳାସ କୁମାର ମହାପାତ୍ର, ସହସମ୍ପାଦକ ଭାବେ ଜଗନ୍ନାଥ ନାୟକ ଏବଂ କୋଷାଧ୍ୟକ୍ଷ ଭାବେ ବି ରବିନ୍ଦ୍ର ନାଥ୍ ପାତ୍ରଙ୍କୁ ମନୋନୀତ କରାଯାଇଥିଲା I ଉପଦେଷ୍ଟା ଭାବେ ପୂର୍ବତନ କାଉନସିଲର୍ ତଥା ସମାଜସେବୀ ସିଏଚ୍ ଲିଙ୍ଗରାଜ ପାତ୍ର, ପୂର୍ବତନ ନଗରପାଳ ରବିନ୍ଦ୍ର ମହାପାତ୍ର ,ଭଞ୍ଜନଗର ରୋଟାରୀ କ୍ଳବ୍ ସଭାପତି ତଥା ସମାଜସେବୀ ଭି ଦେବୀ ପ୍ରସାଦ ପାତ୍ର, ବି ରାଜେନ୍ଦ୍ର ବିନ୍ଧାଣୀରାଙ୍କୁ ମନୋନୀତ କରାଯାଇଥିବା ବେଳେ ଏକ ୨୪ ଜଣିଆ କୋର୍ କମିଟି ଗଠନ କରାଯାଇଥିଲା I ଆସନ୍ତା ଡିସେମ୍ବର୍ ୧୨ ତାରିଖରେ ଶୁଭ ଖୁଣ୍ଟି ସ୍ଥାପନ କରାଯିବା ସହ ଜାନୁୟାରୀ ୨୦ ତାରିଖ ଠାରୁ ୨୫ତାରିଖ ପର୍ଯ୍ୟନ୍ତ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଞ୍ଚ ଦିନ ଧରି ଚାଲିବ ବୋଲି ଆଜିର ପ୍ରସ୍ତୁତି ବୈଠକରେ ନିଷ୍ପତି ନିଆଯାଇଛି I ଏଥିରେ ଅନ୍ନ ଯଜ୍ଞ ,ଘୃତ ଯଜ୍ଞ ଏବଂ ଜ୍ଞାନ ଯଜ୍ଞ ସହିତ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ I ଖଦାଳ ସାହିର କାମ୍ପ ନାଇକ, ବିଭୀଷଣ ନାଇକ, ପ୍ରମୋଦ ନାଇକ, ପ୍ରତାପ ନାଇକଙ୍କ ସମେତ ସାହି ବାସୀନ୍ଦା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I


